Advertisment

୩ ନୂଆ ଅପରାଧିକ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ବ୍ରିଟିଶ ଅମଳରୁ ଲାଗୁ ହେଉଥିବା ଆଇପିସି, ସିଆରପିସି ଓ ପ୍ରମାଣ ଆଇନ ଲୋପ ପାଇଛି। ଏଣିକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଦେଶରେ ଲାଗୁ ହେବ।

IPC

IPC

Advertisment

ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୩ ଅପରାଧିକ ବିଲ୍‌କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏହାର ଅର୍ଥ ଏବେ ଏହା ଆଇନର ପରିଣତ ହୋଇଛି।

Advertisment

ବ୍ରିଟିଶ ଅମଳରୁ ଲାଗୁ ହେଉଥିବା ଆଇପିସି, ସିଆରପିସି ଓ ପ୍ରମାଣ ଆଇନ ଲୋପ ପାଇଛି। ଏଣିକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଦେଶରେ ଲାଗୁ ହେବ। ଏହାକୁ ଆଧାର କରି ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ।

ଡିସେମ୍ବର ୨୦ ଏହି ବିଲ ଲୋକସଭା ଓ ୨୧ ତାରିଖରେ ରାଜ୍ୟସଭାରେ ପାସ୍‌ ହୋଇଥିଲା। ଶୀତ ଅଧିବେଶନରୁ ଅଧିକାଂଶ ବିରୋଧୀ ନିଲମ୍ବିତ ହେବା ସତ୍ତ୍ୱେ ଉଭୟ ଗୃହରେ ଏହି ୩ ବିଲକୁ ପାରିତ କରାଯାଇଥିଲା।

Advertisment

ବ୍ରିଟିଶ ଅମଳରୁ ପ୍ରଚଳିତ ଆଇପିସି, ସିଆରପିସି ଓ ଭାରତୀୟ ପ୍ରମାଣ ଆଇନ(ଆଇଇଏ) ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ ହେବ। ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦୋଷୀକୁ ଦଣ୍ଡବିଧାନ କରାଯିବ।

ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ।

ବିଲ୍‌ରେ ଭିଡ଼ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି। ନୂଆ ବିଲ୍‌ରେ ମହିଳା, ଛୋଟ ପିଲା, ହତ୍ୟା ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

IPC CrPC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe