Advertisment

ମାଲାୟାଲାମ ନ୍ୟୁଜ୍‌ ଚାନେଲ ପ୍ରସାରଣ ବନ୍ଦ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଏକ ମାଲାୟାଲାମ ନ୍ୟୁଜ୍‌ ଚାନେଲ ଉପରେ ପ୍ରତିବନ୍ଧକ ଲଗାଇବା କେନ୍ଦ୍ରସରକାରଙ୍କ ଯୋଜନା ଫସର ଫାଟିଛି।

author-image
Tapas Behera
undefined

Supreme Court

ଏକ ମାଲାୟାଲାମ ନ୍ୟୁଜ୍‌ ଚାନେଲ ଉପରେ ପ୍ରତିବନ୍ଧକ ଲଗାଇବା କେନ୍ଦ୍ରସରକାରଙ୍କ ଯୋଜନା ଫସର ଫାଟିଛି। ସମ୍ପୃକ୍ତ ଚାନେଲର ପ୍ରସାରଣକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟ ବାତିଲ କରିଦେଇଛନ୍ତି। ଜାତୀୟ ସୁରକ୍ଷାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିଲେ। ଯାହା ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଫଳରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରୁଥିବା କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାରଙ୍କ ନୀତିନିୟମକୁ ଚାନେଲ ପକ୍ଷରୁ ହେଉଥିବା ସମାଲୋଚନାକୁ ଦେଶ ବିରୋଧୀ ବୋଲି କହିହେବ ନାହିଁ।

Advertisment

ସରକାରରଙ୍କ ନୀତି ନିୟମକୁ ସମାଲୋଚନା କଲେ ଏହାକୁ ସତ୍ତା ତଥା ଦେଶ ବିରୋଧୀ ଆଳ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ପ୍ରେସ ସ୍ୱାଧିନତା ଗଣତନ୍ତ୍ରକୁ ଅଧିକ ମଜଭୁତ ଓ ଶକ୍ତିଶାଲିକରେ। ସମ୍ପୃକ୍ତ ଚାନେଲ ପକ୍ଷରୁ କେନ୍ଦ୍ର ସରକାରରଙ୍କ ବିରୋଧରେ କିଛି ଖବର ପରିବେଷଣ କରାଯାଇଥିଲା। ଏହାକୁ ଉଭୟ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତର ସହ ନିଆଯାଇଥିଲା।

ଚାନେଲ ପକ୍ଷରୁ ଦେଶ ବିରୋଧୀ ଖବର ପରିବେଷଣ କରାଯାଉଥିବା କେନ୍ଦ୍ର ଗୃହମନ୍ଦ୍ରଣାଳୟ ଅନୁଧ୍ୟାନ କରି ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ତିଥି ଦର୍ଶାଇଥିଲା। ତେବେ ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରୂଚୂଡ଼ ଶୁଣାଣି କରି କହିଛନ୍ତି ଯେ, ଲୋକମାନଙ୍କ ଅଧିକାର ସମ୍ପର୍କରେ ସ୍ୱର ଉତ୍ତୋଳନ କରିବା ପ୍ରସଙ୍ଗକୁ ଜାତୀୟ ସୁରକ୍ଷା ପ୍ରସଙ୍ଗ ସହ ଯୋଡ଼ାଯାଇ ପାରିବ ନାହିଁ। ଭିନ୍ନ ଉଦ୍ଦେଶ୍ୟ ରଖି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ଚାନେଲ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ କହିଛନ୍ତି।

Advertisment
India