Advertisment

ରେଡ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳାପୁଳା ସୁନା ଗହଣା

ଏବେ ବି ଛାନଭିନ ଜାରି ରହିଥିବାରୁ ଆଗକୁ ଆହୁରି ବେଆଇନ ସମ୍ପତ୍ତିର ଠିକଣା ମିଳିବାର ସମ୍ଭାବନା ରହିଛି।

ED

ED

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରେଡ ବେଳେ ମିଳିଛି ବିଡ଼ା ବିଡ଼ା ନଗଦ ଟଙ୍କା ଓ ପୁଳା ପୁଳା ସୁନା ଗହଣା। ଲକ୍ଷେ କି ୧୦ ଲକ୍ଷ ନୁହେଁ ଇଡି ଜବତ କରିଛି ନଗଦ ୧.୨୧ କୋଟି ଟଙ୍କା। ସେହିପରି ୫.୫୧ କୋଟି ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି। ଏବେ ବି ଛାନଭିନ ଜାରି ରହିଥିବାରୁ ଆଗକୁ ଆହୁରି ବେଆଇନ ସମ୍ପତ୍ତିର ଠିକଣା ମିଳିବାର ସମ୍ଭାବନା ରହିଛି।

Advertisment
Cash ମିଳିଥିବା ଟଙ୍କା

ପୁଞ୍ଜି ଲଗାଣ ନାଁରେ ଠକେଇ ହୋଇଥିବା ଅଭିଯୋଗରେ ଇଡି ପଙ୍କଜ ମେହାଦିଆ ଆଣ୍ଡ କୋଙ୍କ ନାଗପୁର ଓ ମୁମ୍ବାଇର ୧୫ଟି ସ୍ଥାନରେ ରେଡ୍‌ କରିଥିଲା। ମାର୍ଚ୍ଚ ୩ରେ ହୋଇଥିବା ଏହି ରେଡ ବେଳେ ଏତେ ପରିମାଣର ସୁନା ଅଳଙ୍କାର ଓ ଟଙ୍କାର ସୁରାକ ମିଳିଛି। ଇଡି ପକ୍ଷରୁ ପଙ୍କଜ, ଲୋକେଶ ଜୈନ ଓ କାର୍ତ୍ତିକ ଜୈନଙ୍କ ବାସଭବନ ଏବଂ ଅଫିସରେ ରେଡ କରିଥିଲା। ଏହି ୩ ଜଣ ହେଉଛନ୍ତି ପୂରା ଠକେଇର ମୁଖ୍ୟ ଅଭିଯୁକ୍ତ। ଏମାନଙ୍କ ବ୍ୟତୀତ ଠକେଇରୁ ଲାଭ ପାଇଥିବା ଆଉ କିଛି ଲୋକଙ୍କ ଅଫିସ ଓ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା।

Gold ମିଳିଥିବା ସୁନା ଅଳଙ୍କାର

ରେଡ ବେଳେ ୫.୫୧ କୋଟି ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧.୨୧ କୋଟି ଟଙ୍କା ସମେତ ବିଭିନ୍ନ ପ୍ରକାରର ଡିଜିଟାଲ ଯନ୍ତ୍ରାଂଶ ଓ ଦସ୍ତାବିଜ ମଧ୍ୟ ଇଡିକୁ ମିଳିଛି। ପଙ୍କଜ, ଲୋକେଶ, କାର୍ତ୍ତିକ, ବାଲମୁକୁନ୍ଦ ଲାଲଚାନ୍ଦ କେୟାର, ପ୍ରେମଲତା ମେହାଦିୟାଙ୍କ ନାଁରେ ପ୍ରଥମେ ସୀତାବୁଲଦି ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଥିଲା। ଏମାନେ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପୁଲିସ କରୁଥିବା ବେଳେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା।

Advertisment

ତଦନ୍ତରୁ ଜଣାପଡ଼ିଥିଲା ଯେ ପଙ୍କଜ ଅନ୍ୟମାନଙ୍କ ସହ ମିଶି ଗୋଟି ପୁଞ୍ଜି ସ୍କିମ ଲଞ୍ଚ କରିଥିଲେ। ପୁଞ୍ଜିଲଗାଣକାରୀଙ୍କୁ ୧୨% ଲାଭ ପାଇବାର ଲୋଭ ଦେଖାଇ ସେମାନେ ନିଜ ଆଡ଼କୁ ଆଣିଥିଲେ। ୨୦୦୪ରୁ ୨୦୧୭ ଯାଏ ଏହି ସଂସ୍ଥା ଚାଲିବା ସହ ଲୋକଙ୍କୁ ଅଧିକରୁ ଅଧିକ ଟଙ୍କା ନିବେଶ କରିବାକୁ କୁହାଯାଉଥିଲା। ଏପରି ଭାବେ ସେମାନେ ପ୍ରାୟ ୧୫୦ କୋଟି ଟଙ୍କା ଠକେଇ କରିଥିବା ଇଡି ଜାଣିବାକୁ ପାଇଛି।

Goldସୁନା-ଅଳଙ୍କାର
ED Raid Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe