Advertisment

ପୁଲୱାମା ସେନା କ୍ୟାମ୍ପରୁ ମିଳିଲା ଯବାନଙ୍କ ମୃତଦେହ

ଜଣେ ଅଧିକାରୀ କହିଛନ୍ତି, ରାତି ପ୍ରାୟ ୨ଟା ବେଳେ ଗୁଳି ମାଡ଼ର ଶବ୍ଦ ଶୁଭିଥିଲା। ଏହାପରେ ଅବନ୍ତିପୁରା ଅଞ୍ଚଳର ଚୁରସୋ କ୍ୟାମ୍ପରୁ ଯବାନଙ୍କ ମୃତଦେହ ମିଳିଥିଲା।

author-image
Hemant Lenka
CRPF

CRPF

ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ସେନା କ୍ୟାମ୍ପ ମଧ୍ୟରୁ ଜଣେ ସିଆରପିଏଫ ଯବାନଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏହା ପଛରେ ଷଡ଼ଯନ୍ତ୍ର ଥିବା ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

Advertisment

ଜଣେ ଅଧିକାରୀ କହିଛନ୍ତି, ରାତି ପ୍ରାୟ ୨ଟା ବେଳେ ଗୁଳି ମାଡ଼ର ଶବ୍ଦ ଶୁଭିଥିଲା। ଏହାପରେ ଅବନ୍ତିପୁରା ଅଞ୍ଚଳର ଚୁରସୋ କ୍ୟାମ୍ପରୁ ଯବାନଙ୍କ ମୃତଦେହ ମିଳିଥିଲା।

ସମ୍ଭବତଃ ଯବାନ ଜଣଙ୍କ ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଥିବା ଆଶଙ୍କା କରାଯାଉଛି। ମୃତ ଯବାନ ଜଣଙ୍କ ହେଲେ ସିପାହୀ ଅଜୟ କୁମାର। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା, ତା’ର ତଦନ୍ତ ପୁଲିସ୍‌ ଓ ସେନା ଆରମ୍ଭ କରିଛନ୍ତି। 

Advertisment
Jammu Kashmir CRPF