Advertisment

ନିର୍ବାଚନ ଡ୍ୟୁଟି କରୁଥିଲେ ସିଆରପିଏଫ ଯବାନ, ମିଳିଲା ମୃତଦେହ

ନିର୍ବାଚନ ଡ୍ୟୁଟିରେ ମୁତୟନ ଥିଲେ ସିଆରପିଏଫ ଯବାନ । ମାତ୍ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ପୂର୍ବରୁ ବାଥରୁମ୍‌ରେ ଟଳି ପଡ଼ିଲେ ଯବାନଜଣକ।

author-image
Niharika Rout
ଅଦ୍ୟତନ ହୋଇଛି
Dead Body

Dead Body

ନିର୍ବାଚନ ଡ୍ୟୁଟିରେ ମୁତୟନ ଥିଲେ ସିଆରପିଏଫ ଯବାନ । ମାତ୍ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ପୂର୍ବରୁ ବାଥରୁମ୍‌ରେ ଟଳି ପଡ଼ିଲେ ଯବାନଜଣକ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ଏକ ଘଟଣା ଗତକାଲି ରାତିରେ ପଶ୍ଚିମବଙ୍ଗର ମାଥାଭାଙ୍ଗରେ ଘଟିଛି।

Advertisment

ମାଥାଭାଙ୍ଗର ଏକ ମତଦାନ କେନ୍ଦ୍ରରେ ସମ୍ପୃକ୍ତ ଯବାନଜଣକ ମୁତୟତ ଥିଲେ। ଗତ ରାତିରେ ସେ ବାଥରୁମ୍‌ ଯାଇଥିବା ବେଳେ ସେଠାରେ ପଡ଼ି ଯାଇଥିଲେ। କିଛି ସମୟ ପରେ ଆଉ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଯବାନଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ବାଥ୍‌ରୁମ୍‌ ଚଟାଣରେ ପଡ଼ିବା ଯୋଗୁ ଯବାନଙ୍କ ମୁଣ୍ଡ ମାଡ଼ ହୋଇ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଡାକ୍ତର କହିଛନ୍ତି। ତେବେ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀ କହିଛନ୍ତି ।

Advertisment

ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ପଶ୍ଚିମବଙ୍ଗର ୩ଟି ସିଟ୍‌ କୁଚବିହାର, ଅଲ୍ଲିପୁରଦ୍ୱାର ଓ ଜଲପାଇଗୁଡ଼ି ସିଟ୍‌ରେ ଆଜି ମତଦାନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

West Bengal Deadbody Election