Advertisment

ଗୁଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ ଘରେ ନିଜକୁ ଗୁଳି କରିଦେଲେ CRPF ଯବାନ

ଗୁଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ ଘରେ ମୁତୟନ ଥିଲେ ମୃତ ସିଆର୍‌ପିଏଫ୍‌ ଯବାନ।

ଅଦ୍ୟତନ ହୋଇଛି
Shot himself

Shot himself

Advertisment

ଗୁଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ ଘରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସିଆର୍‌ପିଏଫ୍‌ ଯବାନ। ଶୁକ୍ରବାର ଦିଲ୍ଲୀ ତୁଗଲୋକ ରୋଡ୍‌ ଅଞ୍ଚଳରେ ଥିବା ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକଙ୍କ ଘରେ ଏଭଳି ଅଘଟଣ ଘଟିଛି। ନିର୍ଦ୍ଦେଶକଙ୍କ ଘରେ ମୁତୟନ ଥିବା ସିଆର୍‌ପିଏଫ୍‌ର ଜଣେ ସବ୍‌ଇନ୍‌ସପେକ୍ଟର ନିଜକୁ ନିଜେ ଗୁଳି କରି ଦେଇଛନ୍ତି।

Advertisment

ସୂଚନା ମୁତାବକ, ୫୩ ବର୍ଷୀୟ ରାଜବୀର କୁମାର ଶୁକ୍ରବାର ସନ୍ଧ୍ୟା ପ୍ରାୟ ୪ଟା ୧୫ ମିନିଟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ନିଜେ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରାଜବୀର ତୁଗଲକ ରୋଡ୍‌ ଥନା ଅଞ୍ଚଳରେ ଥିବା ଗୁଇନ୍ଦା ବିଭାଗର ନିର୍ଦ୍ଦେଶକଙ୍କ ଘରେ ମୁତୟନ ଥିଲେ। ପୁଲିସ ସିଆର୍‌ପିଏଫ୍‌ ଯବାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ କହିବା ମୁତାବକ, ରାଜବୀର ଗତ କିଛି ଦିନ ହେବ ଛୁଟିରେ ଥିଲେ। ସେ ଶୁକ୍ରବାର ହିଁ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରୁ କୌଣସି ସୁ-ସାଇଡ୍‌ ନୋଟ୍‌ ଜବତ ହୋଇନାହିଁ। ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତଦନ୍ତ ଜାରି ରହିଛି। ସେପଟେ ମଧ୍ୟପ୍ରଦେଶରେ ରହୁଥିବା ମୃତ ସିଆର୍‌ପିଏଫ୍‌ କର୍ମୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି। ସିଆର୍‌ପିସି ଧାରା ୧୭୪ ଅନୁଯାୟୀ ପୁଲିସ ପଚରାଉଚରା ଆରମ୍ଭ କରିଛି।

Advertisment
Delhi CRPF Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe