Advertisment

କିଏ ହେବ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ? ଆଜି ହଟିବ ସସ୍‌ପେନ୍ସ

ବିଧାୟକ ଦଳ ବୈଠକ ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ ଆପ୍‌।

author-image
Madhupriya Mistry
Atishi, Sunita Kejriwal and Saurabh Bhardwaj

Atishi, Sunita Kejriwal and Saurabh Bhardwaj

କେଜ୍ରିଓ୍ୱାଲଙ୍କ ପରେ କିଏ ହେବ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। କାହାକୁ ଦଳ କରିବ ସିଏମ୍‌। କିଏ ବସିବ ମୁଖ୍ୟମନ୍ତ୍ରୀ ଆସନରେ। ଏନେଇ ଚର୍ଚ୍ଚା ଜୋର ଧରିଛି। ଆଜି ଆମ୍‌ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକ ପରେ ଏହା ଉପରୁ ସସ୍‌ପେନ୍ସ ହଟିବ।

Advertisment

ଆମ୍ ଆଦମୀ ପାର୍ଟି ଆଜି ମଧ୍ୟାହ୍ନ ୧୨ଟାରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ। ସକାଳ ପ୍ରାୟ ୧୧.୩୦ ରୁ ଆପ୍‌ର ବିଧାୟକ ଦଳ ବୈଠକ ଆରମ୍ଭ ହେବ। ଏହି ବୈଠକରେ ସଂଖ୍ୟାଗରିଷ୍ଠତା ସହ ଜଣେ ବିଧାୟକ ଦଳ ନେତା ନିର୍ବାଚିତ ହେବେ। ଏହା ପରେ ନୂତନ ସିଏମଙ୍କ ନାଁ ଉପରେ ମୋହର ବାଜିବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଅରବିନ୍ଦ କେଜ୍ରିଓ୍ୱାଲ ଇସ୍ତଫା ଦେବେ। ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ରହିଛନ୍ତି। ତେବେ ସବୁଠୁ ଆଗରେ ଦିଲ୍ଲୀ କ୍ୟାବିନେଟ୍‌ ମନ୍ତ୍ରୀ ଆତୀଶି ମାର୍ଲେନାଙ୍କ ନାଁ ରହିଛି। ଅର୍ଥ, ଶିକ୍ଷା, ବିକାଶ, ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ଓ କଳା ସଂସ୍କୃତି ଭଳି ୧୪ଟି ବିଭାଗର ମନ୍ତ୍ରୀ ହେଉଛନ୍ତି ଆତୀଶି। ସେ କେଜ୍ରିଓ୍ୱାଲଙ୍କ ଜଣେ ବିଶ୍ୱସ୍ତ ମନ୍ତ୍ରୀ।

Advertisment

ସେହିପରି ମୁଖ୍ୟମନ୍ତ୍ରୀ ରେସ୍‌ରେ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତାଙ୍କ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅରବିନ୍ଦ କେଜ୍ରିଓ୍ୱାଲ ଜେଲ୍‌ ଯିବା ପରେ ସେ ଇଣ୍ଡିଆ ବ୍ଲକର ଏକ ସଭାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଚର୍ଚ୍ଚାକୁ ଆସିଥିଲେ। ସେ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି। ଲୋକସଭା ନିର୍ବାଚନ ସମୟରେ ସୁନୀତା ଆପ୍‌ର ଷ୍ଟାର୍‌ ପ୍ରଚାରକ ମଧ୍ୟ ଥିଲେ।

ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି। ଗୋପାଳ ରାୟ ଉନ୍ନୟନ, ପରିବେଶ, ଜଙ୍ଗଲ ଏବଂ ବନ୍ୟପ୍ରାଣୀ ବିଭାଗ ସମ୍ଭାଳୁଛନ୍ତି। ଅନ୍ୟପଟେ ମନ୍ତ୍ରୀ କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନଙ୍କ ମଧ୍ୟରୁ କାହାକୁ ବି ଜଣଙ୍କୁ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ବାଛିପାରନ୍ତି।

Arvind Kejriwal AAP Delhi CM AAP MLA Meeting