Suicide
ଅନେକ କଷ୍ଟ କରି ୨ ପିଲାଙ୍କୁ ଜନ୍ମ ଦେଇଥିଲେ। ଜଣଙ୍କୁ ୧୩ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୧୦ ହୋଇ ସାରିଥିଲା। ୨ ପିଲାଙ୍କୁ ନେଇ ସ୍ୱାମୀ-ସ୍ତ୍ରୀ ବେଶ ହସଖୁସିରେ ସଂସାରର ଗାଡ଼ି ଆଗକୁ ଚାଲିଥିଲା। କିନ୍ତୁ ହାଇଦ୍ରାବାଦରେ ରହୁଥିବା ଏହି ଦମ୍ପତି ନିଜର ଦୁଇ ବଢ଼ିଲା ପିଲାଙ୍କୁ ମାରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।
ପୂରା ପରିବାର କାହିଁକି ଏପରି ପଦକ୍ଷେପ ନେଲେ, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଦମ୍ପତିଙ୍କ ମୃତଦେହ ପାଖରୁ ତେଲୁଗୁରେ ଲେଖାଯାଇ ଥିବା ଚିଠି ମିଳିଛି। ଏଥିରେ ଲେଖା ହୋଇଛି ଯେ “ମୋ ପାଖରେ ମୋ ଜୀବନ ନେବା ଛଡ଼ା ଆଉ କିଛି ଉପାୟ ନାହିଁ। ଦୟା କରି ମୋତେ କ୍ଷମା କରିଦେବେ। ମୁଁ ମୋ କ୍ୟାରିୟରରେ ସଂଘର୍ଷ କରି ଚାଲିଛି। ମାନସିକ ଓ ଶାରୀରିକ ଭାବେ ମୁଁ ଆଉ ଠିକ ନାହିଁ। ମୁଁ ମଧୁମେହ, ସ୍ନାୟୁ ଓ କିଡ୍ନୀ ଜନୀତ ସମସ୍ୟା ଦେଇ ଗତି କରୁଛି।”
ସୋମବାର ରାତିରେ ପୁଲିସ୍ ହାବସିଗୁଡା ଅଞ୍ଚଳରେ ଥିବା ଗୋଟିଏ ଘରୁ ୪୪ ବର୍ଷୀୟ ଚନ୍ଦ୍ରଶେଖର ରେଡ୍ଡୀ, ତାଙ୍କ ପତ୍ନୀ ୩୫ ବର୍ଷୀୟ କବିତା ଓ ଦୁଇ ପିଲାଙ୍କ ମୃତଦେହକୁ ଉଦ୍ଧାର କରିଛି। ଚିଠିରେ ଚନ୍ଦ୍ରଶେଖର ବିଭିନ୍ନ ରୋଗରେ ପୀଡ଼ିତ ଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ବାସ୍ତବରେ ସେ ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରୁଥିବା ଜଣାପଡ଼ିଛି। ୨୦୨୩ରୁ ଚନ୍ଦ୍ରଶେଖର କୌଣସି ପ୍ରକାରର ଚାକିରି କରୁ ନଥିଲେ। ସେ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ଔଷଧ ପାଇଁ ତାଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ଦୁଇ ପିଲା ସ୍କୁଲ ଯାଉଥିବାରୁ ସେମାନଙ୍କ ଖର୍ଚ୍ଚ ମଧ୍ୟ ବହନ କରିବା ତାଙ୍କ ପାଇଁ କାଠିକର ପାଠ ହୋଇ ଯାଇଥିଲା।
ଚନ୍ଦ୍ର ଶେଖର ଗୋଟିଏ ଘରୋଇ କଲେଜରେ ପୂର୍ବରୁ ଜୁନିୟର ଲେକଚର ଭାବେ କାମ କରୁଥିଲେ। ସେତେବେଳେ ସେ ଯାହା ରୋଜଗାର କରୁଥିଲେ ପରିବାର ବେଶ ହସଖୁସିରେ ଚାଲିଥିଲା। ଶାରୀରିକ ଅସୁସ୍ଥତା ଯୋଗୁ ୨୦୨୩ରୁ ତାଙ୍କ ଚାକିରି ଚାଲି ଯାଇଥିଲା। ଏହାପରେ ସେ ନିଜ ସେଭିଂରୁ ଖର୍ଚ୍ଚ କରୁଥିଲେ। ଏବେ ଟଙ୍କା ଶେଷ ହୋଇ ଯାଇଥିବା ବେଳେ ଅସୁସ୍ଥତା କାରଣରୁ ତାଙ୍କୁ ନୂଆ କାମ ମଧ୍ୟ ମିଳୁ ନଥିଲା। ସେ କିଛି ଦିନ ଋଣ କରି ଚଳିଥିଲେ। ହେଲେ ଋଣ ଭାର ବଢ଼ିବାରୁ ପତ୍ନୀଙ୍କ ସହ ମିଶି ସେ ଦୁଇ ପିଲାଙ୍କୁ ମାରିବା ପରେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଚନ୍ଦ୍ର ଶେଖର ଓ କବିତାଙ୍କ ମୃତଦେହ ଘରର ଦୁଇଟି ପୃଥକ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ସେହିପରି ୨ ପିଲାଙ୍କ ମୃତଦେହକୁ ସେମାନଙ୍କ ବେଡରୁମରୁ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦ୍ରଶେଖର ଓ କବିତା ପ୍ରଥମେ ନିଜର ୧୦ ବର୍ଷର ପୁଅ ବିଶ୍ୱନ ରେଡ୍ଡୀ ଓ ଝିଅ ଶ୍ରୀତା ରେଡ୍ଡୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଉଭୟ ବେକରେ ରଶି ବାନ୍ଧି ଝୁଲି ପଡ଼ିଥିଲେ। ବିଶ୍ୱନ ୬ଷ୍ଠ ଶ୍ରେଣୀ ଓ ଶ୍ରୀତା ୯ମ ଶ୍ରେଣୀରେ ପଢ଼ୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Suicide_1741690683.jpg)