Advertisment

ଶେଖ ଶାହଜାହାଁଙ୍କ ଆଖିରେ ଲୁହ, ବିଜେପି କହିଲା- ଭାଙ୍ଗିଗଲା ଟାଣପଣ

ଯିଏ ଦିନେ ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ଛଡ଼ାଇ ଆଣୁଥିବା ଅଭିଯୋଗ ହେଉଥିଲା ଆଜି ସେ ଅସହାୟ ପାଲଟି ଯାଇଛନ୍ତି।

author-image
Niharika Rout
sheikh-shahjahan

sheikh-shahjahan

ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁ ଆଖିରେ ଲୁହ। ଯିଏ ଦିନେ ଶହ ଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ଛଡ଼ାଇ ଆଣୁଥିବା ଅଭିଯୋଗ ହେଉଥିଲା ଆଜି ସେ ଅସହାୟ ପାଲଟି ଯାଇଛନ୍ତି।

Advertisment

ଶେଖ ଶାହଜାହାଁଙ୍କର କୋର୍ଟରେ ଶୁଣାଣି ଥିବା ବେଳେ ସରିବା ପରେ ସେ ଭ୍ୟାନ୍‌ରେ ବସିଥିଲେ। ଉକ୍ତ ସମୟରେ ତାଙ୍କୁ ଦେଖିବାକୁ ପରିବାରବର୍ଗ ସେଠାରେ ପହଞ୍ଚିଥିଲେ। ନିଜ ବାପା ପାଖକୁ ଯିବାକୁ ଶାହଜାହାଁଙ୍କ ଛୋଟ ଝିଅ ଜିଦ୍‌ କରି କାନ୍ଦି ପକାଇଥିବା ବେଳେ ଏହା ଦେଖି ଶାହଜାହାଁ ବି ନିଜ କୋହ ସମ୍ଭାଳି ପାରି ନ ଥିଲେ। ସେ ନିଜ ଲୁହ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ତାହା କିନ୍ତୁ କ୍ୟାମେରାରେ କଏଦ ହୋଇ ଯାଇଛି।

ଶାହଜାହାଁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ଆଇଟି ସେଲ୍‌ ପ୍ରମୁଖ ଅମିତ ମାଲବୀୟ କହିଛନ୍ତି, ମମତା ବାନାର୍ଜୀଙ୍କ ପୋଷ୍ଟର ବୟଙ୍କ ସ୍ୱାଗ ଗାଏବ ହୋଇଗଲା। ତାଙ୍କ ଟାଣପଣ, ଗର୍ବ ଭାଙ୍ଗି ଚୂରମାର ହୋଇ ଯାଇଛି। ବଳାତ୍କାରୀ ଶାହଜାହାଁ ଏକ ଛୋଟ ଛୁଆ ପରି କାନ୍ଦୁଛନ୍ତି। ଥରେ ଆଇନ ଜାଲ୍‌ରେ ଛନ୍ଦି ହୋଇଗଲେ କେହି ବି ରକ୍ଷା କରି ପାରିବେନି। ଖୋଦ ମମତା ବାନାର୍ଜୀ ବି କିଛି କରି ପାରିବେନି ।

Advertisment

ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ଛଡ଼ାଇ ଆଣିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶେଖ ଶାହଜାହାଁ। ଶାହାଜାହାଁ ମୁଖ୍ୟ ଅଭିଯୁକ୍ତ ଥିଲେ ହେଁ ସେ ପ୍ରାୟ ୨ ମାସ ଧରି ଫେରାର ଥିଲେ। ଶେଷରେ ଫେବୃଆରୀ ୨୯ରେ ବେଙ୍ଗଲ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେବେଠୁ ସେ ଜେଲ୍‌ରେ ଅଛନ୍ତି।

West Bengal Sandeshkhali Case