Advertisment

ସମାବେଶ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟ ଆଉଟ ଜାଳି ଦେଲେ

ଦୁର୍ବୃତ୍ତମାନେ ଗାଁରେ ଲାଗିଥିବା ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପୋଷ୍ଟରକୁ ମଧ୍ୟ ପୋଡ଼ିଛନ୍ତି।

author-image
Hemant Lenka
TMC

TMC

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକାଧିକ ପୋଷ୍ଟରକୁ ଦୁର୍ବୃତ୍ତମାନେ ଜାଳି ଦେବା ସହ ନଷ୍ଟ କରି ଦେଇଛନ୍ତି। ବାଗଡା ଅନ୍ତର୍ଗତ ଗୋବ୍ରାପୁର ଗାଁରେ ଏପରି ଘଟଣା ଘଟିଛି। ଏଠାରେ ଟିଏମସ ପକ୍ଷରୁ ସମାବେଶ ଆୟୋଜନ କରାଯିବାକୁ ଥିବା ବେଳେ ମମତା ବାନାର୍ଜୀଙ୍କ କଟଆଉଟଗୁଡ଼ିକ ଲଗା ଯାଇଥିଲା। ହେଲେ ସମାବେଶ ଆରମ୍ଭ ହେବା ପୂର୍ବରୁ ମମତାଙ୍କ କଟଆଉଟକୁ ପୋଡ଼ି ଦିଆଯାଇଛି।

Advertisment

କେବଳ ମମତା ବାନାର୍ଜୀଙ୍କ କଟଆଉଟ ନୁହେଁ, ଦୁର୍ବୃତ୍ତମାନେ ଗାଁରେ ଲାଗିଥିବା ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପୋଷ୍ଟରକୁ ମଧ୍ୟ ପୋଡ଼ିଛନ୍ତି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଟିଏମସି ପୂରା ଘଟଣା ପାଇଁ ବିଜେପିକୁ ଦାୟୀ କରିଛି। ହେଲେ ବିଜେପି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ପୁଲିସ୍‌ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ୨୦୨୩ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ଏଥିପାଇଁ କ୍ଷମତାସୀନ ଟିଏମସି ଦଳର ନେତା ଓ କର୍ମୀମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛି। ସେହିପରି ନିର୍ବାଚନ ପୂର୍ବରୁ ଗୋବ୍ରାପୁର ଗାଁରେ ଟିଏମସି ସାଧାରଣ ସଭା କରିବାକୁ ଅଣ୍ଟା ଭିଡ଼ିଛି।

Advertisment

ଗତ ପଞ୍ଚାୟତ ନିର୍ବାଚନ ବେଳେ ପୂରା ରାଜ୍ୟରେ ପ୍ରବଳ ରାଜନୀତିକ ହିଂସା ଦେଖିବାକୁ ମିଳିଥିଲା। ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଅନେକ ସ୍ଥାନରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। କିଛି ଲୋକ ମଧ୍ୟ ଏହି ଗଣ୍ଡଗୋଳରେ ପ୍ରାଣ ହରାଇଥିଲେ। ଏଥର ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୋଷ୍ଟର ପୋଡ଼ାଜଳା ଖବର ଆସିଲାଣି। ତେଣୁ ପୁଲିସ୍‌ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

Mamata Banerjee TMC Panchayat Election