Advertisment

ଗୁଜରାଟରେ ବାତ୍ୟା ଦେଲା ଦୁଃଖ, ୧୮ ହଜାର ଗାଁ ଏବେବି ଅନ୍ଧାରରେ

ସେପଟେ ଗୁଜରାଟରେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

ଅଦ୍ୟତନ ହୋଇଛି
Union Home Minister Amit Shah

Union Home Minister Amit Shah

Advertisment

ଗୁଜରାଟରେ ବାତ୍ୟା ‘ବିପର୍ଯ୍ୟୟ’ ଦେଇଗଲା ଦୁଃଖ। ବାତ୍ୟାରେ ୩୪ ହଜାର ଗାଁ ଅନ୍ଧାରକୁ ଚାଲି ଯାଇଥିବା ବେଳେ ଶେଷ ଖବର ସୁଦ୍ଧା ପ୍ରାୟ ୧୬ ହଜାର ଗାଁକୁ ବିଜୁଳି ପୁନଃ ସଂଯୋଗ ସଫଳ ହୋଇଛି। ପ୍ରାୟ ୧୮ ହଜାର ଗାଁ ଅନ୍ଧାରରେ ରହିଛି। କୃଷି କ୍ଷେତ୍ର ବ୍ୟାପକ ପ୍ରଭାବିତ ହୋଇଛି। ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ବାତ୍ୟାରେ ପ୍ରାୟ ୪୭ ଜଣ ଆହତ ହୋଇଛନ୍ତି। ୨୩୪ ପ୍ରାଣୀଙ୍କ ମୃତ୍ୟୁ ହୋଇଛି।

Advertisment

ସେପଟେ ଗୁଜରାଟରେ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପହଞ୍ଚି ସମୀକ୍ଷା କରିଛନ୍ତି। ବାତ୍ୟା ‘ବିପର୍ଯ୍ୟୟ’ରେ ବିଶେଷ ଭାବେ କ୍ଷତି ହୋଇଥିବା ସୌରାଷ୍ଟ୍ର, କଚ୍ଛ ଏବଂ ଜଖାଉ ଅଞ୍ଚଳକୁ ସେ ଆକାଶ ମାର୍ଗରୁ ଦେଖିଛନ୍ତି। ଏହା ସହ ବାତ୍ୟା ଦିନ ଜନ୍ମ ହୋଇଥିବା ନବଜାତମାନଙ୍କୁ ମେଡିକାଲରେ ଦେଖିଛନ୍ତି ଅମିତ୍ ଶାହ। ପରେ ବାତ୍ୟା ବିପନ୍ନଙ୍କୁ ଭେଟି ଦୁଃଖ ବୁଝିଛନ୍ତି। ଶେଷରେ ଏନଡିଆରଏଫ ଓ ଏସଡିଆରଏଫ କର୍ମକର୍ତ୍ତାଙ୍କୁ ଭେଟି ସାବାସୀ ଦେଇଛନ୍ତି। ସେ କହିଛନ୍ତି, ଏହି ବାତ୍ୟାରେ ଗୋଟାଏ ବି ଜୀବନ ଯାଇନି। ୧୪୦ କିମିରୁ ଅଧିକ ବେଗରେ ପବନ ହୋଇଥିଲେ ହେଁ ଲୋକଙ୍କ ଜୀବନ ସୁରକ୍ଷା କରିବାରେ ସରକାର ସଫଳ ହୋଇଛନ୍ତି। ଏହି ବାତ୍ୟାରେ ବିଦ୍ୟୁତ୍ କ୍ଷେତ୍ର ବ୍ୟାପକ ନଷ୍ଟ ହୋଇଥିବାରୁ ବହୁ ସଂଖ୍ୟକ ଗାଁ ଅନ୍ଧାରରେ ରହିଛି। ଏହି ଗାଁଗୁଡ଼ିକୁ ଆସନ୍ତା ୩ଦିନ ଭିତରେ ବିଦ୍ୟୁତ୍ ସଂଯୋଗ ଦେବାକୁ ଲକ୍ଷ୍ୟ ରହିଛି। ବାତ୍ୟା ବେଳେ ୧.୦୮ ଲକ୍ଷ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଲୋକଙ୍କୁ ପୁନଃ ସେମାନଙ୍କ ଘରେ ଆସନ୍ତା ୨୦ ତାରିଖ ସୁଦ୍ଧା ଥଇଥାନ କରାଯିବ ବୋଲି ଶାହ କହିଛନ୍ତି।

ସେପଟେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟର ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି। ମାଣ୍ଡଭି ଅଂଚଳରେ ଶହଶହ ହେକ୍ଟର ଅଂଚଳ ପାଣି ଘେରରେ ରହିଛି । ଏଥିଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାତ୍ୟା ପ୍ରଭାବରେ ଭାଙ୍ଗିଯାଇଥିବା ଗଛଗୁଡିକୁ ସଫା କରୁଛନ୍ତି ଉଦ୍ଧାରକାରୀ ଟିମ୍। ବିଜୁଳି ଖୁଣ୍ଟ ଉପୁଡ଼ି ପଡିଥିବାରୁ ୧୮ ହଜାରରୁ ଅଧିକ ଗାଁକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି। ବିଦ୍ୟୁତ ଯୋଗାଣକୁ ସ୍ୱଭାବିକ କରିବା ପାଇଁ ଯୁଦ୍ଧାକାଳୀନ ଭିତ୍ତିରେ ମରାମତି ଚାଲିଛି । ୧୯ଟି ଏନ୍‌ଡିଆରଏଫ ଟିମ୍ ସହିତ ୧୩ଟି ଏସ୍ ଡିଆରଏଫ, ୨ ରିଜର୍ଭ ବାଟାଲିୟନ ଫୋର୍ସ ଏବଂ ରାଜ୍ୟ ସଡ଼କ ଓ ନିର୍ମାଣ ବିଭାଗର ୧୧୫ଟି ଟିମ୍ ଏହି ସବୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏନ୍‌ଡିଆରଏଫ୍ ସହ ଆର୍ମି, ନାଭି, କୋଷ୍ଟଗାର୍ଡ, ପୁଲିସ, ବିଏସ୍‌ଏଫ୍ ମିଶି ଉଦ୍ଧାର ଓ ଥଇଥାନ କାମ କରୁଛନ୍ତି।

Advertisment

ଗୁଜରାଟ ପରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ରାଜସ୍ଥାନରେ ପଡିଛି। ଦକ୍ଷିଣ ରାଜସ୍ଥାନରେ ଗତକାଲି ପବନ ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

Cyclone Disaster Management Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe