Advertisment

ଲ୍ୟାଣ୍ଡଫଲ କରୁଛି ବାତ୍ୟା ବିପର୍ଯ୍ୟୟ, ଆଖିର ଓସାର ୫୦ କିମି

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବାତ୍ୟାର ଆଖି ସ୍ଥଳ ଭାଗକୁ ଆସିବା କ୍ଷଣି ପବନର ବେଗ ବୃଦ୍ଧି ପାଇବ। ସେହିପରି ବର୍ଷାର ପରିମାଣ ବୃଦ୍ଧି ପାଇବ।

LandFall

LandFall

Advertisment

ଅତି ଭୀଷଣ ରୂପ ନେଇ ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଗୁଜରାଟର ଜଖୌ ପୋର୍ଟ ନିକଟରେ ବାତ୍ୟା ଲ୍ୟାଣ୍ଡଫଲ କରୁଥିବା ବେଳେ ଏହା ଶେଷ ହେବାକୁ ୫ ଘଣ୍ଟା ସମୟ ଲାଗିବ। ଅର୍ଥାତ ମଧ୍ୟରାତ୍ର ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଏସବୁ ଭିତରେ ବାତ୍ୟା ବିପର୍ଯ୍ୟୟର ଆଖିର ଓସାର ୫୦ କିମି ବୋଲି ଜଣାପଡ଼ିଛି। ଏହା ସଂପୂର୍ଣ୍ଣ ଭାବେ ସ୍ଥଳ ଭାଗକୁ ଆସିବା ପାଇଁ ୫ ଘଣ୍ଟା ସମୟ ନେବ।

Advertisment

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବାତ୍ୟାର ଆଖି ସ୍ଥଳ ଭାଗକୁ ଆସିବା କ୍ଷଣି ପବନର ବେଗ ବୃଦ୍ଧି ପାଇବ। ସେହିପରି ବର୍ଷାର ପରିମାଣ ବୃଦ୍ଧି ପାଇବ। ବେଳେବେଳେ ପବନର ଝଟକା ଘଣ୍ଟା ପ୍ରତି ୧୪୦ କିମି ମଧ୍ୟ ଛୁଇଁବ। ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ବାତ୍ୟା କିଛି ସମୟ ପାଇଁ ଧିମା ହୋଇଯିବ। ଏହାପରେ ପୁଣି ଲୁ’ ଭଳି ତୀବ୍ରତା ଦେଖାଇବ।

ତେଣୁ ଲୋକମାନେ ପବନ ସାମନ୍ୟ କମିବା ପରେ ବାତ୍ୟାର ପ୍ରକୋପ କମିଗଲା ବୋଲି ଧାରଣା ମୁଣ୍ଡରୁ କାଢ଼ି ଦେବା ଦରକାର। ବାତ୍ୟା ଆଖିର ପଛ ଭାଗ ମଧ୍ୟ ଅତିକ୍ରମ କରିବା ବେଳେ ବର୍ଷା ଓ ପବନ ହେବ। ତେଣୁ ବିଧିବଦ୍ଧ ଘୋଷଣା ନ ହେବା ଯାଏ ଲୋକମାନେ ଘରୁ ଆଦୌ ବାହାରନ୍ତୁ ନାହିଁ ବୋଲି ବିଭାଗ କହିଛି। ଏବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲୁଥିବାରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ସେହିପରି ପନବର ଘଣ୍ଟା ପ୍ରତି ବେଗ ୮୦ରୁ ୯୦ କିମି ରହିଛି। ଆଗକୁ ଏହା ଧୀରେଧୀରେ ବଢ଼ିବ। 

Advertisment

ବାତ୍ୟା ବିପର୍ଯ୍ୟୟ ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟରେ ସଂପୂର୍ଣ୍ଣ ଭାବେ ସ୍ଥଳ ଭାଗ ଛୁଇଁବ। ଏଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Cyclone Disaster Management Cyclone Update Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe