Advertisment

ଆହୁରି ଘନୀଭୂତ ହେବ ବାତ୍ୟା ବିପର୍ଯ୍ୟୟ, କେଉଁଠି କରିବ ଲ୍ୟାଣ୍ଡଫଲ୍‌?

ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ କରି କହିଛି ଯେ ଅତିଭୀଷର ବାତ୍ୟା ବିପର୍ଯ୍ୟୟ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି। ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତ-ଉତ୍ତରପୂର୍ବ ଦିଗରେ ଗତି କରିବ।

ଅଦ୍ୟତନ ହୋଇଛି
Cyclone

Cyclone

Advertisment

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ସମୁଦ୍ର ମଧ୍ୟରେ ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଚାଲିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ଅତିରୁ ଅତି ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ।

Advertisment

ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ଏଯାଏ କରିନି। ତଥାପି ବାତ୍ୟା ବିପର୍ଯ୍ୟୟ ଗୁଜରାଟର କଚ୍ଚ କିମ୍ବା ପାକିସ୍ତାନର କରାଚିରେ ସ୍ଥଳ ଭାଗ ଛୁଇଁବ ବୋଲି କୁହାଯାଉଛି।

ଭାରତୀୟ ପାଣିପାଗ ବିଭାଗ ଟ୍ୱିଟ କରି କହିଛି ଯେ ଅତିଭୀଷର ବାତ୍ୟା ବିପର୍ଯ୍ୟୟ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି। ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତ-ଉତ୍ତରପୂର୍ବ ଦିଗରେ ଗତି କରିବ। ବର୍ତ୍ତମାନ ଏହା ଗୋଆଠାରୁ ୭୦୦ କିମି, ମୁମ୍ବାଇ ଠାରୁ ୬୨୦ କିମି, ପୋରବନ୍ଦର ଠାରୁ ୫୯୦ କିମି ଓ ପାକିସ୍ତାନର କରାଚି ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଛି। 

Advertisment

ଏହାର ପ୍ରଭାବରେ ଆଜି ସୌରାଷ୍ଟ୍ର ଓ କଚ୍ଚ ଉକପୂଳରେ ପବନର ବେଗ ଘଣ୍ଟା ପ୍ରତି ବେଗ ୩୫ରୁ ୪୫ କିମି ରହିଛି। ବେଳେ ବେଳେ ଏହା ୫୫ କିମି ରହୁଛି। ଜୁନ ୧୧ରେ ଏଠାରେ ପନବର ବେଗ ଘଣ୍ଟା ପ୍ରତି ବେଗ ୪୦ରୁ ୫୦ କିମି ରହିବ। ୧୨ରେ ସର୍ବାଧିକ ୬୫ କିମି ଓ ୧୩ ଏବଂ ୧୪ ତାରିଖରେ ପବନର ବେଗ ୭୫ କିମି ରହିପାରେ ବୋଲି ପାଣିପାଗ ବିଭାଗ କହିଛି।

ଆରବ ସାଗରରେ ବାତ୍ୟାର ପ୍ରଭାବ ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ଗୁଜରାଟ, କେରଳ, କର୍ଣ୍ଣାଟକା ଓ ଲକ୍ଷ୍ୟଦ୍ୱୀପ ସଲଗ୍ନ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି। ସେହିପରି କେରଳର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ବିପର୍ଯ୍ୟୟ ଯୋଗୁ ଭାଲସାଦ ସ୍ଥିତ ତିଥାଲ ବିଚ୍‌ରେ ଉଚ୍ଚ ଜୁଆର ମାଡ଼ ହେଉଛି। ଏଥିପାଇଁ ଜୁନ ୧୪ ଯାଏ ତିଥାଲ ବିଚ୍‌କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ମତ୍ସ୍ୟଜୀବୀଙ୍କୁ ମଧ୍ୟ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଭାଲସାଦର ତହସିଲଦାର ଟିସି ପଟେଲ କହିଛନ୍ତି, “ଦରକାର ପଡ଼ିଲେ ଉପକୂଳରେ ଥିବା ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ତିଆରି କରାଯାଇଛି। ଏବେ କାହାକୁ ତିଥାଲ ବିଚ୍‌କୁ ଯିବାକୁ ଅନୁମତି ନାହିଁ।”

ଅନ୍ୟପକ୍ଷରେ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଅବଶିଷ୍ଟାଂଶ ଓ ଦକ୍ଷିଣପୂର୍ବ ପ୍ରାନ୍ତର ଅତିରିକ୍ତ ପାର୍ବତୀୟ ଅଞ୍ଚଳକୁ ଛୁଇଁବ।

Pakistan Cyclone Update Gujarat IMD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe