Advertisment

ଆହୁରି ଘନୀଭୂତ ହେବ ବାତ୍ୟା ‘ବିପର୍ଯ୍ୟୟ’, ଆଜିଠୁ ବଢ଼ିବ ପବନର ବେଗ

ଆଜି ଠାରୁ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ପବନର ବେଗ ବୃଦ୍ଧି ପାଇବ। ପବନର ଘଣ୍ଟା ପ୍ରତି ବେଗ ୧୫୫ରୁ ୧୬୫ ଓ ବେଳେବେଳେ ଏହା ୧୮୦ କିମି ମଧ୍ୟ ଛୁଇଁ ପାରେ। ଦୁଇ ଦିନ ଏପରି ସ୍ଥିତି ଦେଖିବାକୁ ମିଳିବ।

author-image
Hemant Lenka
Cyclone

Cyclone

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ଅତ୍ୟନ୍ତ ଭୀଷଣ ରୂପ ଧାରଣ କରି ଏହା ଉତ୍ତରପଶ୍ଚିମ ଦିଗରେ ଆସନ୍ତା ୨ ଦିନ ଯାଏ ଗତି କରିବ।

Advertisment

ଆଜି ଠାରୁ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ପବନର ବେଗ ବୃଦ୍ଧି ପାଇବ। ପବନର ଘଣ୍ଟା ପ୍ରତି ବେଗ ୧୫୫ରୁ ୧୬୫ ଓ ବେଳେବେଳେ ଏହା ୧୮୦ କିମି ମଧ୍ୟ ଛୁଇଁ ପାରେ। ଦୁଇ ଦିନ ଏପରି ସ୍ଥିତି ଦେଖିବାକୁ ମିଳିବ।

ଜୁନ ୧୧ରୁ ପବନର ବେଗ ହ୍ରାସ ପାଇବ। ପ୍ରଥମେ ପବନର ଘଣ୍ଟା ପ୍ରତି ବେଗ ୧୪୫ରୁ ୧୫୫ ରହିବ। ଏହାପରେ ପୁଣି ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ବାତ୍ୟା ବିପର୍ଯ୍ୟୟ ପାଇଁ ମୌସୁମୀ କେରଳ ଛୁଇଁବା ବିଳମ୍ବ ହୋଇଥିଲା। ତେବେ ଗତକାଲି ମୌସୁମୀ କେରଳକୁ ସ୍ପର୍ଶ କରି ସାରିଛି। ବାତ୍ୟା ବିପଯର୍ଯ୍ୟୟର ସିଧାସଳଖ ପ୍ରଭାବ ଭାରତର କୌଣସି ରାଜ୍ୟରେ ପଡ଼ିବ ନାହିଁ। ତେବେ ଗୁଜରାଟ ଉପକୂଳ ଓ ସୌରାଷ୍ଟ୍ର କିଛି ଅଂଶରେ ବର୍ଷା ସହ ପବନ ବହିପାରେ। ଏଥିପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି।

କଚ୍ଚ, ଜାମ ନଗର, ଦ୍ୱାରକା ଓ ପୋରବନ୍ଦରର ଅଧିକାରୀମାନେ ଜିଲ୍ଲା ପ୍ରାଶସନ ସହ କଥା ହୋଇ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଅନ୍ତର୍ଜାତୀୟ ନିୟମ ଅନୁସାରେ ବିଭିନ୍ନ ବନ୍ଦରରେ ପାଣିପାଗକୁ ଦେଖି ବିପଦ ସଙ୍କେତ ଜାରି କରିବାକୁ କୁହାଯାଇଛି।

ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ କୁହାଯାଇଛି। ସେହିପରି ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରୁ କିଛି ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଦେବଭୂମି ଦ୍ୱାରକାର ପ୍ରଶାସନ କହିଛି ଯେ ତାଲୁକା ସ୍ତରରେ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟ, ପାନୀୟ ଜଳ ଓ ମେଡିସିନ ଆଦି ସାମଗ୍ରୀ କଚ୍ଚ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ମହଜୁଦ କରି ରଖାଯାଇଛି।

ଗୁରୁତର ଅସୁସ୍ଥ ଓ ଗର୍ଭବତୀଙ୍କୁ ଘରକୁ ବାହାର କରି ହସ୍ପିଟାଲ ନିଆଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରି ରଖିବା ପାଇଁ ପୋରବନ୍ଦର ପ୍ରଶାସନ ୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳର ବ୍ୟବସ୍ଥା କରିବ ବୋଲି କହିଛି।

ବାତ୍ୟା ବିପର୍ଯ୍ୟୟ ଯୋଗୁ ମହାରାଷ୍ଟ୍ରର ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ତେଣୁ ଜଳ ନିଷ୍କାସନ ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି। କର୍ଣ୍ଣାଟକାରେ ମୌସୁମୀ ଓ ବାତ୍ୟା ବିପର୍ଯ୍ୟୟ ଯୋଗୁ ଲଗାତର ୨ ଦିନ ବର୍ଷା ହେବ। ବିଶେଷ କରି ଚାମରାଜନଗର, ଗ୍ରାମୀଣ ବେଙ୍ଗାଲୁରୁ ଓ ମଲନାଡ ରିଜନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Cyclone Update