Advertisment

'ଫେଙ୍ଗଲ' ପ୍ରଭାବରେ ଭୂସ୍ଖଲନ, ମାଟି ତଳେ ଦବି ରହିଛନ୍ତି ୭ ଜଣ

ଦୁଇ ପରିବାରର ୭ ଜଣ ମାଟି ତଳେ ଦବି ରହିଥିବା ଅଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Landslide

Landslide

Advertisment

ତାମିଲନାଡୁର ତିରୁବନ୍ନାମଲଇ ଜିଲ୍ଲାରେ ଭୂସ୍ଖଳନ ହୋଇଛି। ବାତ୍ୟା ଫେଙ୍ଗଲର ପ୍ରଭାରେ ରବିବାର ରାତିରେ ଏହି ଭୂସ୍ଖଳନ ଘଟିଛି। ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ଘର ଗୁଡିକ ମାଟି ତଳେ ପୋତି ହୋଇଯାଇଛି। ଏଥିରେ ଦୁଇ ପରିବାରର ୭ ଜଣ ମାଟି ତଳେ ଦବି ରହିଥିବା ଅଶଙ୍କା କରାଯାଉଛି।

Advertisment

ସୂଚନା ମୁତବାକ, ବାତ୍ୟା ଫେଙ୍ଗଲ ଯୋଗୁ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଏହି ଭୂସ୍ଖଳନ ଘଟିଛି। ଜିଲ୍ଲା କଲେକ୍ଟର ଡି ଭାସ୍କର ପାଣ୍ଡିଆନ୍ କହିଛନ୍ତି ଯେ ଘର ଭିତରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳିନାହିଁ। ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡର ପାଦଦେଶରେ ଅବସ୍ଥିତ ବିଓସି ନାଗରରେ ଏକ ଭୂସ୍ଖଳନ ଘଟି ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।

ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପୁଲିସ, ଏସ୍‌ଡିଆର୍‌ଏଫ୍ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି।

Advertisment

କହିରଖୁ ବାତ୍ୟା ଫେଙ୍ଗଲ ପ୍ରଭାବରେ ପୁଡୁଚେରୀରେ ଶନିବାର ଓ ରବିବାର ହୋଇଥିବା ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ଶନିବାର ଦିନ ପୁଡୁଚେରୀରେ ପହଞ୍ଚିଥିବା ବାତ୍ୟା 'ଫାଙ୍ଗାଲ୍' ରବିବାର ଦୁର୍ବଳ ହୋଇଯାଇଥିଲା। ତେବେ ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି। ରାସ୍ତାରେ ବାନ୍ୟା ପରିସ୍ଥିତି ଉପୁଜିଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ଆଗକୁ ଆସିଛି।

Tamilnadu Landslide Cyclone Fengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe