Advertisment

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଫେଙ୍ଗଲ୍’, ୩ରୁ ୪ ଘଣ୍ଟା ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ପୁଡୁଚେରୀ ନିକଟରେ ଛୁଇଁଲା ସ୍ଥଳଭାଗ। ପୁଡୁଚେରୀ ଓ ତାମିଲନାଡ଼ୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହିତ ବର୍ଷା ଜାରି ରହିଛି।

Cyclone Fengal (File Photo)

Cyclone Fengal (File Photo)

Advertisment

ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଫେଙ୍ଗଲ୍’। ପ୍ରଭାବରେ ପୁଡୁଚେରୀ ଓ ତାମିଲନାଡ଼ୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହିତ ବର୍ଷା ଜାରି ରହିଛି। ଆଗାମୀ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହାପରେ ବାତ୍ୟା  ‘ଫେଙ୍ଗଲ୍’ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ।

Advertisment

ବାତ୍ୟା ଫେଙ୍ଗଲ୍ ବିଷୟରେ ସୂଚନା ଦେଇ ଆଇଏମଡି କହିଛି ଯେ ପରିସ୍ଥିତିର ସର୍ବଶେଷ ଆକଳନରୁ ଜଣାପଡିଛି ଯେ ଏହା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ କରିସାରିଛି। ଆଗାମୀ ୩ରୁ ୪ ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ-ପୁଡୁଚେରୀ ଉପକୂଳ ଦେଇ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟାପ୍ରତି ୭୦କି.ମିରୁ ୯୦କି.ମି ବେଗରେ ଏହା ଗତି କରି ପୁଡୁଚେରୀ ନିକଟ କରାଇକଲ୍ ଏବଂ ମହାବଲିପୁରମ୍ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ଅନେକ ଜିଲ୍ଲାରେ ସ୍କୁଲ ଏବଂ କଲେଜକୁ ପୂର୍ବରୁ ଛୁଟି ଘୋଷଣା କରିଦିଆଯାଇଛି। ଶନିବାର ଦିନ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ବିମାନ ଏବଂ ଟ୍ରେନ୍ ସେବାକୁ ରଦ୍ଦ କରିଦିଆଯାଇଛି। ପ୍ରବଳ ବର୍ଷା କାରଣରୁ ଚେନ୍ନାଇର ଅନେକ ଡାକ୍ତରଖାନା ଏବଂ ଘର ପାଣି ଘେରରେ ରହିଛି। ଏହା ସହିତ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।

Advertisment
Cyclone Update Puducherry Tamil Nadu Cyclone Fengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe