Advertisment

ବ୍ୟାପକ କ୍ଷୟକ୍ଷତି କରିବ ବାତ୍ୟା ‘ବିପର୍ଯ୍ୟୟ’, ଅମିତ ଶାହ କହିଲେ ଆମେ ପ୍ରସ୍ତୁତ

ବାତ୍ୟା ବିପର୍ଯ୍ୟୟ କଚ୍ଛ ଓ ଜାମନଗରରେ ବ୍ୟାପକ କ୍ଷୟକ୍ଷତି କରିପାରେ। ଏହାବାଦ ଦେବଭୂମୀ ଦ୍ୱାରକାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

author-image
Hemant Lenka
Cyclone

Cyclone

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଭୟଙ୍କର ରୂପ ଧାରଣ କରି ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି। ଜୁନ ୧୫ ତାରିଖ ସନ୍ଧ୍ୟା ସମୟରେ ଏହା ଗୁଜରାଟର ସୌରାଷ୍ଟ୍ର ଓ କୁଚ୍ଛ ଉପକୂଳ ନିକଟ ଜଖୌ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁବ। ଅତି ଭୀଷଣ ବାତ୍ୟାର ରୂପ ନେଇ ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବାର ଥିବାରୁ ପବନର ଘଣ୍ଟା ପ୍ରତି ବେଗ ସର୍ବାଧିକ ୧୫୦ କିମି ରହିବ। ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। 

Advertisment

ବାତ୍ୟା ବିପର୍ଯ୍ୟୟ କଚ୍ଛ ଓ ଜାମନଗରରେ ବ୍ୟାପକ କ୍ଷୟକ୍ଷତି କରିପାରେ। ଏହାବାଦ ଦେବଭୂମୀ ଦ୍ୱାରକାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ ବ୍ୟାପକ କ୍ଷୟକ୍ଷତିର ଆକଳନ କରିଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସମୀକ୍ଷା ବୈଠକ କରିଛନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଗୁଜରାଟରେ ନ୍ୟୁକ୍ଲିୟର ପ୍ଲାଣ୍ଟ ଥିବାରୁ ଏହାର ସୁରକ୍ଷା ଉପରେ ମଧ୍ୟ ଫୋକସ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରୁ ୨୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୁନାଗଡ଼ରୁ ୫୦୦ ଜଣ, କଚ୍ଛରୁ ୬,୭୮୬ ଜଣ, ଜାମନଗରରୁ ୧୫ଶହ, ପୋରବନ୍ଦରରୁ ୫୪୩, ଦ୍ୱାରକାରୁ ୪,୮୨୦, ଗିର ସୋମନାଥରୁ ୪୦୮, ମୋର୍ବିରୁ ୨୦୦୦ ଓ ରାଜକୋଟରୁ ୪୦୩୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଗୁଜରାଟ ସରକାର ସୂଚନା ଦେଇଛନ୍ତି।

ତୈଳ କୂପରୁ ଆଇସିଜି ୫୦ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଛି। ସ୍ଥାନାନ୍ତରିତ ହୋଇଥିବା ସମସ୍ତଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟ ଓ ମେଡିସିନର ବ୍ୟବସ୍ଥା କରାଯାଇଛି। ଉପକୂଳ ଅଞ୍ଚଳର ୧୦ କିମି ପରିଧି ମଧ୍ୟରେ ରହିଥିବା ସମସ୍ତଙ୍କୁ ଲୋକଙ୍କୁ ସରକାର ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ସରକାର ସୂଚନା ଦେଇଛନ୍ତି।

Cyclone Disaster Management Cyclone Update