Advertisment

ବୁଡ଼ିଲା ଚେନ୍ନାଇ! ଭାସିଗଲା କାର୍, ବିମାନ ବନ୍ଦରରେ ପଶିଲା ପାଣି

ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍‌ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

author-image
Madhupriya Mistry
Chennai Flood

Chennai Flood

ଜୁଆଡେ ଚାହିଁବ ଖାଲି ପାଣି ଆଉ ପାଣି। ଚେନ୍ନାଇରେ ଦେଖିବାକୁ ମିଳିଛି ବାତ୍ୟା ମିଗଜୋମ୍‌ର ପ୍ରଭାବ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଉବୁଟୁବୁ ହେଉଛି ଚେନ୍ନାଇ। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇର ଇଷ୍ଟକୋଷ୍ଟ ରୋଡ୍‌ରେ ପ୍ରବଳ ବର୍ଷା ଯୋଗୁ ନିର୍ମାଣାଧୀନ କାନ୍ଥ ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଚେନ୍ନାଇର ବିଭିନ୍ନ ସ୍ଥାନରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ବିମାନ ବନ୍ଦରେ ମଧ୍ୟ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ଚେନ୍ନାଇ ଏୟାରପୋର୍ଟ ରନ୍‌ଓ୍ୱେ ବର୍ଷା ପାଣିରେ ବୁଡିଯାଇଛି। ଫଳରେ ଅନେକ ବିମାନ ଉଡାଣ ବାତିଲ ହୋଇଛି। ସେହିପରି ଘରେ ଭିତରେ ପାଣି ପଶି ଯାଇଛି। ପାର୍କିଂରେ ରଖାଯାଇଥିବା କାର୍‌ ମଧ୍ୟ ଭାସି ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରକୁ ବିରାଟ ବଡ଼ କୁମ୍ଭୀର ମଧ୍ୟ ଚାଲି ଆସିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି।

ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି। ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି। ଆମ୍ବୁଲାନ୍ସ ମଧ୍ୟ ଯିବାରେ ଅସୁବିଧା ସୃଷ୍ଟି ହୋଇଛି। ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି।

Advertisment

ବର୍ଷା ସହ ପ୍ରବଳ ବେଗରେ ପବନ ମଧ୍ୟ ବହୁଛି। ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି। ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି। ବାତ୍ୟା ପ୍ରଭାବରେ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାର ସୂଚନା ମୁତାବକ, ଆସନ୍ତାକାଲି ବାତ୍ୟା ମିଗଜୋମ୍ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଛି। ତେଣୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପୁଡ୍ଡୁଚେରୀରେ ଏହାର ଅଧିକ ପ୍ରଭାବ ପଡିବ ବୋଲି ଆକଳନ କରାଯାଉଛି। ତେଣୁ ପଡ୍ଡୁଚେରୀରେ ପ୍ରଶାସନ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛନ୍ତି। ଏଥିସହ ସମୁଦ୍ର ପାଖକୁ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି।

Cyclone Update Chennai Cyclone Michaung