ଆଉ କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’। ବର୍ତ୍ତମାନ ୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଥିବା ନେଇ ସୂଚନା। ଆଗାମୀ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।
ସୂଚନା ଅନୁସାରେ, ଗତ ୬ଘଣ୍ଟାରେ ‘ମିଗଜୋମ’ ଭୀଷଣ ବାତ୍ୟାର ରୂପ ନେଇ ୧୨କିମି ବେଗରେ ଉତ୍ତର ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ପବନର ବେଗ ୯୦ ରୁ ୧୦୦ କିମିରେ ଗତି କରୁଛି ‘ମିଗଜୋମ’। ମଝିରେ ମଝିରେ ପବନର ବେଗ ୧୧୦ କିମି ମଧ୍ୟ ରହୁଛି।
#ମଛଲିପଟନମ ରାଡ଼ାର ରୁ ଆଜି ସକାଳ ୮ଟା ୩୦ ର ମିଳିଥିବା ସୂଚନା ଅନୁଯାୟୀ ଗତ ୬ଘଣ୍ଟାରେ ଭୀଷଣ ବାତ୍ୟା #ମିଗଜୋମ ଘଣ୍ଟା ପ୍ରତି ବେଗ #୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି, ଆଗାମୀ #୪ଘଣ୍ଟା ମଧ୍ୟରେ #ସ୍ଥଳଭାଗ #ଅତିକ୍ରମ କରିବାର ସମ୍ଭାବନା ରହିଛି | pic.twitter.com/wMU4dbC4rh
— Meteorological Centre, Bhubaneswar (@mcbbsr) December 5, 2023
ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ମୁତାବକ, ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହି ସମୟରେ 1-1.5 ମିଟରର ଜୁଆର ଆସିପାରେ। ରାଜ୍ୟର ତିରୁପତି, ନେଲୋର, ପ୍ରକାଶମ, ବାପତଲା, କୃଷ୍ଣ, ପଶ୍ଚିମ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।