Advertisment

ଆସନ୍ତା ୩ ଘଣ୍ଟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’

ବର୍ତ୍ତମାନ ୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି ବାତ୍ୟା ‘ମିଗଜୋମ’।

Representative Image

Representative Image

Advertisment

ଆଉ କିଛି ସମୟ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’। ବର୍ତ୍ତମାନ ୧୨କିମି ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଥିବା ନେଇ ସୂଚନା। ଆଗାମୀ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

Advertisment

ସୂଚନା ଅନୁସାରେ, ଗତ ୬ଘଣ୍ଟାରେ ‘ମିଗଜୋମ’ ଭୀଷଣ ବାତ୍ୟାର ରୂପ ନେଇ ୧୨କିମି ବେଗରେ ଉତ୍ତର ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ପବନର ବେଗ ୯୦ ରୁ ୧୦୦ କିମିରେ ଗତି କରୁଛି ‘ମିଗଜୋମ’। ମଝିରେ ମଝିରେ ପବନର ବେଗ ୧୧୦ କିମି ମଧ୍ୟ ରହୁଛି। 

Advertisment

ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ମୁତାବକ, ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହି ସମୟରେ 1-1.5 ମିଟରର ଜୁଆର ଆସିପାରେ। ରାଜ୍ୟର ତିରୁପତି, ନେଲୋର, ପ୍ରକାଶମ, ବାପତଲା, କୃଷ୍ଣ, ପଶ୍ଚିମ ଗୋଦାବରୀ, କୋନାସିମା ଏବଂ କାକିନାଡା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

Cyclone Michaung Cyclone Alert Michaung Landfall Area
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe