Advertisment

Cyclone Senyar: ୪୮ ଘଣ୍ଟାରେ ବାତ୍ୟା ସେନୟାର, ପ୍ରବଳ ବର୍ଷା ଆଶଙ୍କା

ସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗଭୀର ଅବପାତରେ ପରିଣତ ହେବ।

author-image
Hemant Lenka
Cyclone

ବାତ୍ୟା

ମାଲେସିୟା ଓ ମଲ୍ଲକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ସ୍ପଷ୍ଟ ଲଘୁଚାପ ରହିଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଗୋଟିଏ ବାତ୍ୟା(Cyclone)ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗଭୀର ଅବପାତରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ବାତ୍ୟାରେ ପରିଣତ ହୋଇପାରେ।  

ଭାରତୀୟ ପାଣିପାଗ ବିଭାଗ(IMD)ର ପ୍ରାରମ୍ଭିକ ସ୍ୟାଟେଲାଇଟ ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାସ ସାଗର, ମଲକ୍କା ଓ ଆଖପାଖ ଅଞ୍ଚଳରେ ପାଣିପାଗ ଅତ୍ୟନ୍ତ ଖରାପ ରହିଛି। ସେଠାରେ ପବନର ବେଗ ଅଧିକ ରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇ ଉଠିଛି। ଏହାବାଦ କୋମୋରିନ ଓ ଆଖପାଖ ଅଞ୍ଚଳରେ ରହିଥିବା ଉପରି ଭାଗ ଘୂର୍ଣ୍ଣିବଳୟ ଯୋଗୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ନୂଆ ଲଘୁଚାପ କ୍ଷେତ୍ର ଆଜି ସୃଷ୍ଟି ହୋଇପାରେ। ଏହା ଅଧିକ ଘନୀଭୂତ ହେବାର ଯଥେଷ୍ଟ ଆଶଙ୍କା ରହିଛି।

Advertisment

ଯଦି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ବାତ୍ୟାର ରୂପ ନେବ, ତା’ହେଲେ ଏହାର ନାଁ ସେନୟାର ରହିବ। ଏହାର ଅର୍ଥ ସିଂହ। ୟୁଏଇ ପକ୍ଷରୁ ବାତ୍ୟାର ନାମକରଣ କରାଯାଇଛି। ଆଇଏମଡିର ନିୟମ ଅନୁସାରେ, ଗଭୀର ଅବପାତ ଅଧିକ ଘନୀଭୂତ ହେବା ପରେ ବାତ୍ୟାରେ ପରିଣତ ହୋଇଥାଏ। ଏହାପରେ ବାତ୍ୟାର ନାମକରଣ ହୋଇଥାଏ। ତେଣୁ ବାତ୍ୟା ହେବା ପରେ ଆଇଏମଡି ଏହାର ନାଁ ସେନୟାର ରଖିବ।

ପ୍ରବଳ ବର୍ଷା ଆଶଙ୍କା 

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ନଭେମ୍ବର ୨୫ରୁ ୨୭ ଯାଏ ତାମିଲନାଡୁ ପାଇଁ ପ୍ରବଳ ବର୍ଷାର ଆକଳନ କରାଯାଇଛି। ସେହିପରି ନଭେମ୍ବର ୨୮ରୁ ୩୦ ଯାଏ ମଧ୍ୟ ଅତି ପ୍ରବଳ ବର୍ଷା ହୋଇପାରେ। 

କେରଳ ଓ ମାହେରେ ୨୬ ତାରିଖ ଯାଏ ପ୍ରବଳ ବର୍ଷା ଓ ଲକ୍ଷାଦ୍ୱୀପରେ ମଧ୍ୟ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ନଭେମ୍ବର ୨୫ ଓ ନଭେମ୍ବର ୨୯ରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଓ ନଭେମ୍ବର ୨୬ରୁ ୨୮ ଯାଏ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଆନ୍ଧ୍ର ପ୍ରଦେଶ ଓ ୟାନାମ ନଭେମ୍ବର ୨୯ ୩୦ ତାରିଖରେ ଅତି ପ୍ରବଳ ବର୍ଷାର ସାମ୍ନା କରିପାରେ।

Cyclone IMD