Advertisment

ଆସୁଛି ବାତ୍ୟା ‘ତେଜ୍‌’: କେଉଁଠି ଛୁଇଁବ ସ୍ଥଳ ଭାଗ?

ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି।

author-image
Hemant Lenka
Cyclone Tej

Cyclone Tej

ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

Advertisment

ଚଳିତ ବର୍ଷ ଆରବ ସାଗରରେ ଦ୍ୱିତୀୟ ଥର ପାଇଁ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ଯଦି ଆସନ୍ତାକାଲି ବାତ୍ୟା ସୃଷ୍ଟି ହେଉଛି, ତା’ହେଲେ ଏହାର ନାଁ ତେଜ୍‌ ରହିବ। ଭାରତ ମହାସାଗର ଅଞ୍ଚଳ ଆଧାରରେ ବାତ୍ୟାର ନାଁ ନାମିତ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ କହିଛି ଯେ ବାତ୍ୟା ତେଜ୍‌ ରବିବାର ସୁଦ୍ଧା ଆହୁରି ଘନୀଭୂତ ହେବ। ଏହାପରେ ଏହା ଭୀଷଣ ବାତ୍ୟାର ରୂପ ନେଇ ଓମାନର ଦକ୍ଷିଣ ଉପକୂଳ ଆଡ଼େ ଯିବ।

Advertisment

ତେବେ ପାଣିପାଗ ବିଜ୍ଞାନୀମାନେ ମତ ରଖିଛନ୍ତି ଯେ ବାତ୍ୟା ତେଜ୍‌ ତା’ର ଟ୍ରାକ ବଦଳାଇବା ସହ ଆହୁରି ଭୟଙ୍କର ହୋଇପାରେ। ବାତ୍ୟା ବିପର୍ଯ୍ୟୟ ବେଳେ ଯେଉଁଭଳି ସ୍ଥିତି ସୃଷ୍ଟି ହୋଇଥିଲା, ଏବେ ସେଭଳି କିଛି ହୋଇପାରେ। ଜୁନ ମାସରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିଲା। ହେଲେ ଏହା ଦିଗ ବଦଳାଇ ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା। 

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ୱେଦର କହିଛି ଯେ ଅଧିକାଂଶ ମଡେଲର ତଥ୍ୟ କହୁଛି, ବାତ୍ୟା ତେଜ୍‌ ୟେମେନ ଓ ଓମାନ ଉପକୂଳ ଆଡ଼କୁ ଯିବ। କିନ୍ତୁ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ମଡେଲ କହିଛି ଯେ ବାତ୍ୟା ତେଜ୍‌ ରିକର୍ଭ କରି ପାକିସ୍ତାନ ଓ ଗୁଜରାଟ ଉପକୂଳ ଆଡ଼େ ଆସିବ। ବାତ୍ୟାର ପ୍ରଭାବରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୭ କିମି ରହିବ।

ବିଭିନ୍ନ ପାଣିପାଗ ସଂସ୍ଥା ଭିନ୍ନଭିନ୍ନ କଥା କହୁଥିଲେ ହେଁ ‌ଆସନ୍ତାକାଲି ବାତ୍ୟା ସୃଷ୍ଟି ହେବା ପରେ ପୂରା ତଥ୍ୟ ସାମ୍ନାକୁ ଆସିବ।

Cyclone Update Cyclone