Advertisment

ସୃଷ୍ଟି ହେଲା ବାତ୍ୟା 'ତେଜ', ବୁଧବାର ସକାଳେ କରିବ ଲ୍ୟାଣ୍ଡ୍ ଫଲ୍

ରବିବାର ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ।

ଅଦ୍ୟତନ ହୋଇଛି
Cyclone Area

Cyclone Area

Advertisment

ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା 'ତେଜ'। ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ପ୍ରାଥମିକ ସୂଚନା ଅନୁସାରେ, ଆସନ୍ତା 24 ଘଣ୍ଟା ଅର୍ଥାତ୍ ରବିବାର ସନ୍ଧ୍ୟା ବେଳକୁ ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ୟେମନ ଏବଂ ଓମନର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

Advertisment

ପାଣିପାଗ ବିଭାଗର ସୂଚନା ମୁତାବକ, ବର୍ତ୍ତମାନ ବାତ୍ୟା ୟେମନର ସକୋଟ୍ରା ଅଞ୍ଚଳରୁ 670 କିଲୋମିଟର ଦୂରରେ ରହିଛି। 25 ତାରିଖ ସକାଳେ ୟେମନ ଏବଂ ଓମନ ଦେଇ ଗତି କରିବ। ଏହାର ପ୍ରଭାବରେ ମୁମ୍ବାଇ କିମ୍ବା ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ ହେବାର ସମ୍ଭାବନା ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କତା ଜାରି କରାଯାଇଛି।

Weather Update Cyclone Storm Cyclone Tej Cyclone Update IMD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe