Advertisment

ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା 'ମିଗଜୋମ'

ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ।

author-image
Madhupriya Mistry
severe Cyclonic storm Michaung

severe Cyclonic storm Michaung

ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ବାତ୍ୟା ମିଗଜୋମ୍। ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର ବେଗରେ ଗତି କରୁଛି। ଚେନ୍ନାଇଠାରୁ ଏହା ୯୦ କିଲୋମିଟର ଦୂରରେ ଅଛି। ଏହା ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ।

Advertisment

ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଝିରେ ସ୍ଥଳ ଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାକୁ ୧୧୦ କିଲୋମିଟର ରହିବ। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବିଶେଷ କରି ୫ରୁ ୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ୫ ତାରିଖ ଦିନ ଏହି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ସେପଟେ ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ଜାରି ରହିଛି। ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି। ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି। ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି।କିଛି ସ୍ଥାନରେ ଘର ଭିତରେ ବି ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ଧିରେ ଧିରେ ପବନର ବେଗ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶୁଛି।

Cyclone Update Cyclone Michaung