Advertisment

କେନ୍ଦ୍ର କର୍ମଚାରୀଙ୍କୁ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କ ଡିଏ ୪୨ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
cash currency

cash currency

Advertisment

ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଉପହାର। ବଢ଼ିଲା ମହଙ୍ଗା ଭତ୍ତା। କେନ୍ଦ୍ର କର୍ମଚାରୀଙ୍କ ଡିଏ ତଥା ମହଙ୍ଗା ବତ୍ତା ୪ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହା ଉପରେ ମୋହର ମାରିଛି। ଏହି ବର୍ଦ୍ଧିତ ଭତ୍ତା ଲାଗୁ ହେବା ପରେ ଏବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୪୨ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।

Advertisment

ପୂର୍ବରୁ ହିଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା। ଏବେ ମୋଦି କ୍ୟାବିନେଟ୍ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛଲା ଭାବେ ଜୁଲାଇ ୧ ତାରିଖରୁ ଲାଗୁ ହେବ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୧ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ବଢ଼ିଥିଲା। କେନ୍ଦ୍ର ସରକାର ଏଥିରେ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଫଳରେ କର୍ମଚାରୀଙ୍କ ଡିଏ ୪୨ ପ୍ରତିଶତ ବଢ଼ିଥିଲା। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛଲା ଭାବେ ଜାନୁଆରୀ ୧ ତାରିଖ ୨୦୨୩ରୁ ଲାଗୁ ହୋଇଥିଲା। ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ଦୀପାବଳିର କିଛି ସପ୍ତାହ ପୂର୍ବୀୁ ଏକ୍ସଟ୍ରା ଡିଏ ୪ ପ୍ରତିଶତ ବୃଦ୍ଧି ପାଇଥିଲା। 

Advertisment
DA Hike PMModi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe