Advertisment

ଦାଦାଙ୍କୁ ଉଭୟ ସକାଳ ଓ ସନ୍ଧ୍ୟାର ଅନୁଭବ ଅଛି, ଅଜିତଙ୍କୁ କହିଲେ ଏକନାଥ; ସମସ୍ତେ ହସି ହସି ଗଡ଼ିଗଲେ

ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ।

author-image
Jitendra Garnayak
Eknath Shinde and Ajit Pawar

Eknath Shinde and Ajit Pawar

ଗୁରୁବାର (ଆସନ୍ତାକାଲି) ସନ୍ଧ୍ୟା ସାଢ଼େ ୫ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ କଥା ଘୋଷଣା କରିବା ସହିତ ୧୧ ଦିନ ଧରି ଲାଗି ରହିଥିବା ସସପେନ୍ସର ପରିସମାପ୍ତି ଘଟିଛି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଶିବ ସେନା ନେତା ଏକନାଥ ସିନ୍ଦେଙ୍କ ମନ୍ତବ୍ୟକୁ ନେଇ ହାସ୍ୟରୋଳ ସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନା ନାହିଁ ବୋଲି ପ୍ରଶ୍ନ କରାଯିବାରେ ସେ ଏହାର କିଛି ସ୍ପଷ୍ଟ ଉତ୍ତର ରଖି ନଥିଲେ। ସେ କହିଥିଲେ, ଦେବେନ୍ଦ୍ରଜୀ କହିଲେ। ମୁଁ ବି କହୁଛି, ଟିକେ ଅପେକ୍ଷା କରନ୍ତୁ। ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। କାଲି ଶପଥ ନେବାର ଅଛି।

ଏକନାଥ ଏତିକି କହିବା ପରେ ମଝିରେ ନିଜର ପ୍ରତିକ୍ରିୟ ରଖିଥିଲେ ପାଖରେ ବସିଥିବା ଏନ୍‌ସିପି ନେତା ଅଜିତ ପାୱାର। ସେ କହିଥିଲେ, ତାଙ୍କୁ (ଏକନାଥ ସିନ୍ଦେ) ସନ୍ଧ୍ୟା ହେଲା ବେଳକୁ ବୁଝାପଡ଼ିବ। କିନ୍ତୁ ମୁଁ ଆସନ୍ତାକାଲି ଶପଥ ନେବି।

Advertisment

ଏହା ଶୁଣି ସେଠାରେ ଉପସ୍ଥିତ ସମସ୍ତ ନେତା ଓ ଗଣମାଧ୍ୟମ ପ୍ରତିନିଧି ହସିଥିଲେ। ଆଉ ସମସ୍ତଙ୍କ ହସକୁ ଆଉ ଟିକେ ବଢ଼ାଇବାକୁ ଯାଇ ଏକନାଥ ସିନ୍ଦେ କହିଥିଲେ, ଦାଦା (ଅଜିତ ପାୱାର)ଙ୍କର ଉଭୟ ସକାଳେ ଓ ସନ୍ଧ୍ୟାରେ ଶପଥ ନେବାର ଅନୁଭବ ଅଛି। ଏହା ପରେ ସମସ୍ତେ ଆହୁରି ଜୋରରେ ହସିଥିଲେ।

ଏକନାଥ ପାୱାରଙ୍କ କଥା ଶୁଣି ଅଜିତ ପାୱାର ମଧ୍ୟ ହସିଥିଲେ। ନିଜ ହସକୁ ନିୟନ୍ତ୍ରଣ କରି ନପାରି ସେ ପୁଣି କହିଥିଲେ ଯେ ସେ ଓ ଦେବେନ୍ଦ୍ର ଫଡ଼ନାବିସ ସକାଳେ ଶପଥ ନେଇଥିଲେ। କିନ୍ତୁ ସେହି ସରକାର ଚାଲିଲା ନାହିଁ। କିନ୍ତୁ ଏଥର ସେମାନେ ପୂରା ୫ ବର୍ଷ ସରକାର ଚଲାଇବେ।

ସୂଚନାଯୋଗ୍ୟ, ଉଭୟ ସିନ୍ଦେ ଓ ପାୱାର ୨୦୧୯ର କଥା କହିଥିଲେ, ଯେତେବେଳେ ଅଜିତ ପାୱାର ତାଙ୍କ ଦାଦାଙ୍କ ନେତୃତ୍ୱାଧୀନ ଏନ୍‌ସିପି (ସେତେବେଳେ ଭାଗ ହୋଇ ନଥିଲା)ର ସଦସ୍ୟ ଥିଲେ। ଦେବେନ୍ଦ୍ର ଫଡ଼ନାବିସ ଓ ସେ ରାଜ ଭବନରେ ସକାଳୁ ସକାଳୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏହି ସରକାର ମାତ୍ର ୮୦ ଘଣ୍ଟା ପାଇଁ ଚାଲି ପାରିଥିଲା। କାରଣ ଅଜିତ ପାୱାରଙ୍କୁ ଏନ୍‌ସିପି ବିଧାୟକଙ୍କ ସମର୍ଥନ ମିଳି ନଥିଲା। ପରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମିଶି ସେଠାରେ ସରକାର ଗଠନ କରିଥିଲେ ଏବଂ ଉଦ୍ଧବ ଠାକରେ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଆଉ ଏହି ସରକାରରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ସରକାର ମଧ୍ୟ ୫ ବର୍ଷ ପୂରଣ କରି ପାରି ନଥିଲା। ୨୦୨୨ରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବ ସେନା ଭାଗ ହୋଇଯାଇଥିଲା ଓ ତାଙ୍କ ଗୋଷ୍ଠୀ ବିଜେପି ସହିତ ମିଶି ସରକାର ଗଠନ କରିଥିଲା। ଆଉ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Ajit Pawar Eknath Shinde