Advertisment

ଅଜାଣତରେ ଦିନ ମଜୁରିଆମାନେ ହୋଇଗଲେ କୋଟିପତି, ଆକାଉଣ୍ଟରୁ ହୋଇଛି ୮୦ କୋଟିର କାରବାର

ଭୋପାଲ ଠାରୁ ଏହି ଅଞ୍ଚଳଟି ୪୬୦ କିମି ଓ ମହାରାଷ୍ଟ୍ର ସୀମାନ୍ତରେ ରହିଛି। ଏବେ କିଏ ଆକାଉଣ୍ଟ ସବୁ ଖୋଲି କାରବାର କରୁଛି, ତା’ର ଖୋଳତାଡ଼ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Daily Wagers

Daily Wagers

Advertisment

ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲା ୱାରାସେଓନିରେ ରହୁଥିବା ୨୨ ଜଣ ଆଦିବାସୀଙ୍କ ସହ ଘଟିଛି ଅଜବ ଘଟଣା। ଏମାନେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ହଠାତ୍‌ ବନି ଯାଇଛନ୍ତି କୋଟିପତି। ହେଲେ ଖଟି ଖାଇ କାଟି ପିନ୍ଧୁ ଥିବା ଏହି ଆଦିବାସୀମାନେ କୋଟିପତି ହୋଇଥିଲେ ହେଁ ସେମାନଙ୍କୁ ଏକଥା ଆଦୌ ଜଣା ନଥିଲା। ସେମାନଙ୍କ ଘର ସାମ୍ନାରେ ହଠାତ୍‌ ମୁମ୍ବାଇ ସାଇବର କ୍ରାଇମ ୟୁନିଟର ଅଧିକାରୀମାନେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। 

Advertisment

ଅଧିକାରୀମାନେ ସେମାନଙ୍କ ଘର ସାମ୍ନାରେ ପହଞ୍ଚି ଆଦିବାସୀ ତଥା ଦିନ ମଜୁରିଆମାନେ କେମିତି ୮୦ କୋଟି ଟଙ୍କାର ନେଣଦେଣ କରିନ୍ତି ବୋଲି ପ୍ରଶ୍ନ କରିବାରୁ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ।

ସେମାନଙ୍କୁ ଅଧିକାରୀମାନେ କୋଟି କୋଟିର କାରବାର ସମ୍ପର୍କରେ ପଚାରୁ ଥିଲେ। ହେଲେ ସେମାନେ କେତୋଟି ଶୂନ ମିଶିଲେ କୋଟିଏ ହୋଇଥାଏ, ସେକଥା ମଧ୍ୟ ଜାଣି ନଥିବା କହିଥିଲେ।

Advertisment

ଏହା ଶୁଣି ପୁଲିସ୍‌ ପୂରା ଚକିତ ହୋଇଯାଇଛି। ଏହି ଆଦିବାସୀମାନଙ୍କ ଆଇଡିଗୁଡ଼ିକୁ ବ୍ୟବହାର କରି କେହି ନକଲି ଆକାଉଣ୍ଟ ସବୁ ଖୋଲିଛି ଓ କଳା ଧନକୁ ଏହି ଆକାଉଣ୍ଟଗୁଡ଼ିକ ଦ୍ୱାରା କାରବାର କରିଥିବା ପୁଲିସ୍‌ ସନ୍ଦେହ କରୁଛି। ଦିନମଜୁରିଆମାନଙ୍କ ନାଁରେ ଆକାଉଣ୍ଟଗୁଡ଼ିକ ୱାରାସେଓନିରେ ଥିବା ଗୋଟିଏ ଘରୋଇ ବ୍ୟାଙ୍କରେ ଖୋଲା ଯାଇଛି। ଭୋପାଲ ଠାରୁ ଏହି ଅଞ୍ଚଳଟି ୪୬୦ କିମି ଓ ମହାରାଷ୍ଟ୍ର ସୀମାନ୍ତରେ ରହିଛି। ଏବେ କିଏ ଆକାଉଣ୍ଟ ସବୁ ଖୋଲି କାରବାର କରୁଛି, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। 

କିଛି ଦିନ ତଳେ ଏଠାରେ ହୋଇଥିବା ସାଇବର କ୍ରାଇମର ଖୋଳତାଡ଼ କରିବାକୁ ମୁମ୍ବାଇରୁ ଗୋଟିଏ ପୁଲିସ୍‌ ଟିମ ଆସିଥିଲା। ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ନାଁରେ ଖୋଲା ଯାଇଥିବା ଆକାଉଣ୍ଟ ଦ୍ୱାରା କୋଟି କୋଟି ଟଙ୍କା କାରବାର ହୋଇଥିବା କହିଥିଲେ। ଏହା ଶୁଣି ଯୁବକମାନେ ପୂରା ସ୍ତବ୍ଧ ହୋଇଯାଇଥିଲେ।

କେବଳ ମୁମ୍ବାଇ ପୁଲିସ୍‌ ନୁହେଁ, ଦିଲ୍ଲୀ ପୁଲିସ ମଧ୍ୟ ୱାରାସେଓନି ଠାରୁ ୨୦ କିମି ଦୂର ବୁଡବୁଡା ଗାଁର ୫ ଜଣ ଲୋକଙ୍କୁ ନୋଟିସ କରିଛି। ସେମାନଙ୍କ ଆକାଉଣ୍ଟରୁ କେମିତି କୋଟି କୋଟି ଟଙ୍କା ନେଣଦେଣ ହୋଇଛି, ତା’ର ତଥ୍ୟ ଦିଲ୍ଲୀ ପୁଲିସ୍‌ ମାଗିଛି। ତେବେ ଆକାଉଣ୍ଟଧାରୀମାନେ କାରବାର ସମ୍ପର୍କରେ ଜାଣି ନଥିବା କହିଛନ୍ତି। ସେହିପରି କିଛି ଲୋକ ପୁଲିସ୍‌ରେ ମଧ୍ୟ ସେମାନଙ୍କ ନାଁରେ କିଏ ଆକାଉଣ୍ଟ ଖୋଲିଛନ୍ତି ବୋଲି ଜାଣିବା ପାଇଁ ଅଭିଯୋଗ ଦାଖଲ କରିଛନ୍ତି।

ଏବେ ଆଦିବାସୀମାନଙ୍କ ଆକାଉଣ୍ଟରୁ ୮୦ କୋଟି ଟଙ୍କାର କାରବାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ଚିନ୍ତାରେ ପଡ଼ିଛି।

Madhya Pradesh Tribal Issues
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe