ଛୋଟ ପିଲାକୁ ଜିଭ ଚୁଚୁମିବାକୁ କହି କ୍ଷମା ମାଗିଲେ ଦଲାଇଲାମା

ସେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଥିବା ଜଣେ ଛୋଟ ପିଲାର ଓଠକୁ ଚୁମ୍ବନ ଦେବା ପରେ ନିଜର ଜିଭ ବାହାରକୁ କାଢ଼ି ତାକୁ ଚୁଚୁମିବାକୁ କହିଥିଲେ।

Dalilama PhotoTwitter

ଘଟଣା ବେଳର ଦୃଶ୍ୟ

Hemant Lenka
  • Published: Monday, 10 April 2023
  • Updated: 10 April 2023, 12:35 PM IST

ବିବାଦ ପରେ କ୍ଷମା ମାଗିଛନ୍ତି ବୌଦ୍ଧ ଧର୍ମଗୁରୁ ଦଲାଇଲାମା। ସେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଥିବା ଜଣେ ଛୋଟ ପିଲାର ଓଠକୁ ଚୁମ୍ବନ ଦେବା ପରେ ନିଜର ଜିଭ ବାହାରକୁ କାଢ଼ି ତାକୁ ଚୁଚୁମିବାକୁ କହିଥିଲେ। ସେ କହୁଥିବା ଶବ୍ଦ ଓ ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ ପ୍ରବଳ ବିବାଦ ଦେଖାଯାଇଥିଲା।

ଶେଷରେ ଦଲାଇଲାମା ନିଜର ଜିଭ ଚୁଚୁମିବା ଶବ୍ଦ ପାଇଁ କ୍ଷମା ମାଗିଛନ୍ତି। ସେ ଛୋଟ ପିଲା ଓ ତାଙ୍କ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ “ଯଦି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଥାଏ, ତା’ହେଲେ ଏଥିପାଇଁ ମୁଁ ସେମାନଙ୍କୁ କ୍ଷମା ମାଗୁଛି।”

ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଟିମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଗୋଟିଏ ଭିଡିଓ କ୍ଲିପ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଛୋଟ ପିଲା ମହାନ ଧର୍ମଗୁରୁ ଦଲାଇଲାମାଙ୍କ ଠାରୁ ଆଶୀର୍ବାଦ ପାଇବା ପାଇଁ ତାଙ୍କ ଠାରୁ ଆଲିଙ୍ଗନ ମାଗୁଛନ୍ତି। ତେବେ ଏହି ସମୟରେ ଦଲାଇଲାମା ପ୍ରୟୋଗ କରିଥିବା ଶବ୍ଦ ଯଦି କାହାକୁ ଆଘାତ ଦେଇଥାଏ, ତା’ହେଲେ ଏଥିପାଇଁ ସେ ଉକ୍ତ ପିଲା ଓ ତାଙ୍କ ପରିବାର ଲୋକ ଏବଂ ବିଶ୍ୱରେ ଥିବା ସମସ୍ତ ବନ୍ଧୁମାନଙ୍କୁ କ୍ଷମା ମାଗୁଛନ୍ତି।

Also Read

ସେ ନିଜର ପବିତ୍ରତା ମାଧ୍ୟମରେ ଲୋକଙ୍କୁ ଭେଟିବା ବେଳେ ଅତ୍ୟନ୍ତ ଶାନ୍ତ ଓ ମନ୍ଦ ଉଦ୍ଦେଶ୍ୟ ନ ରଖି ଶବ୍ଦ ମାଧ୍ୟମରେ ଚିଡ଼ାଇ ଥାଆନ୍ତି। ସର୍ବସାଧାରଣ ଓ କ୍ୟାମେରା ଆଗରେ ମଧ୍ୟ ସେ ନିଜ ମଜା ସ୍ୱଭାବ ଦେଖାନ୍ତି। ତଥାପି ଉକ୍ତ ଘଟଣା ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି।”

ଭାଇରାଲ ହେଉଥିବା ଭିଡିଓରେ ଦଲାଇଲାମାଙ୍କ ସମ୍ମାନ ପାଇଁ ମୁଣ୍ଡ ତଳକୁ କରିଥିବା ଗୋଟିଏ ଛୋଟ ପିଲାକୁ ସେ ପ୍ରଥମେ ଉଠାଇଥିଲେ। ଏହାପରେ ଛୋଟ ପିଲାଟିର ଓଠକୁ କିସ୍‌ କରିଥିଲେ। ଏହାପରେ ନିଜ କପାଳ ସହ ତାଙ୍କ କପାଳକୁ ଯୋଡ଼ିଥିଲେ।

ଶେଷରେ ଦଲାଇମଲାମା ନିଜର ଜିଭ ବାହାର କରି ଛୋଟ ପିଲାଟିକୁ କହୁଛନ୍ତି ଯେ “କ’ଣ ତୁମେ ମୋ ଜିଭକୁ ଚୁଚୁମି ପାରିବ?” ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଦଲାଇଲାମାଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos