Advertisment

୮ ବର୍ଷର ପିଲାକୁ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ମାନ୍ୟତା ଦେଲେ ଦଲାଇ ଲାମା

ହିମାଚଳ ପ୍ରଦେଶର ଧର୍ମଶାଲାରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲାଟିକୁ ମୁକୁଟ ଦେଇ ଦଲାଇଲାମା ବିଧିବଦ୍ଧ ଭାବେ ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ନେତାର ମାନ୍ୟତା ପ୍ରଦାନ କରିଛନ୍ତି।

ଅଦ୍ୟତନ ହୋଇଛି
Dalai Lama

Dalai Lama

Advertisment

ଆମେରିକାରେ ଜନ୍ମିତ ମଙ୍ଗୋଲିଆର ଜଣେ ୮ ବର୍ଷ ବୟସ୍କ ପିଲାକୁ ମିଳିଛି ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ମୁଖ୍ୟର ମାନ୍ୟତା। ବୌଦ୍ଧ ଧର୍ମର ଗୁରୁ ଦଲାଇ ଲାମା ପିଲାଟିକୁ ୧୦ମ ଖାଲଖା ଜେଟସୁନ ଧମପା ରିନପୋଚେ ମାନ୍ୟତାରେ ଦେଇଛନ୍ତି। ଏଥିପାଇଁ ମାର୍ଚ୍ଚ ୮ ତାରିଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Advertisment

ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲାଟିକୁ ମୁକୁଟ ଦେଇ ଦଲାଇ ଲାମା ବିଧିବଦ୍ଧ ଭାବେ ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ସର୍ବୋଚ୍ଚ ମୁଖ୍ୟର ମାନ୍ୟତା ପ୍ରଦାନ କରିଛନ୍ତି। ତେବେ ଏପରି ପଦକ୍ଷେପ ଚାଇନାକୁ ବ୍ୟଥିତ କରିପାରେ। କାରଣ ତିବ୍ଦତୀୟ ଅଞ୍ଚଳକୁ ଚାଇନା ନିଜର କହିବା ସହ ସେଠାରେ ନିଜ ଇଚ୍ଛାରେ ବୌଦ୍ଧ ଧର୍ମର ଲୋକଙ୍କ ପାଇଁ ମୁଖ୍ୟ ଚୟନ କରିଥାଏ। ହେଲେ ଭାରତରେ ନିର୍ବାସିତ ଭାବେ ରହୁଥିବା ଦଲାଇ ଲାମା ନିଜ ଇଚ୍ଛାରେ ୮ ବର୍ଷର ପିଲାଟିକୁ ତୃତୀୟ ସର୍ବୋଚ୍ଚ ନେତାର ମାନ୍ୟତା ଦେଇଛନ୍ତି। 

୮ ବର୍ଷୀୟ ପିଲାଟିର ଯମଜ ଭ୍ରାତା ଅଛନ୍ତି। ତାଙ୍କ ବାପା ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଫେସର। ତାଙ୍କ ଜେଜେ ବାପା ମଙ୍ଗୋଲିଆ ସଂସଦର ପୂର୍ବତନ ସଦସ୍ୟ।

Advertisment

୧୯୯୫ରେ ଦଲାଇ ଲାମା ଏକାଦଶ ପାଞ୍ଚେମ ଲାମାଙ୍କ ନାଁ ଘୋଷଣା କରିଥିଲେ। ଏହି ସମୟରେ ଚାଇନା ସୁରକ୍ଷା କର୍ମୀମାନେ ଉକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକଙ୍କୁ ଅପହରଣ କରି ନେଇଥିଲେ। ସେବେଠାରୁ ତାଙ୍କର ଆଉ ସ୍ୱରଶବ୍ଦ ନାହିଁ। ଏହାପରେ ଚାଇନା ପାଞ୍ଚେମ ଲାମା ଭାବେ ନିଜର ପ୍ରତିନିଧିଙ୍କୁ ତିବ୍ଦତୀୟ ବୌଦ୍ଧ ଧର୍ମ ପାଇଁ ନିଯୁକ୍ତି କରିଥିଲା।

China Himachal Pradesh Dalai Lama
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe