Advertisment

ପୁଲିସ୍‌ ଗୁଳିରେ ୩ ନକ୍ସଲ ସଫା

ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ ଚଳାଇଥିବା ଆଜି ସୂଚନା ମିଳିଥିଲା। ଏହାପରେ ସି୬୦ର ଦୁଇଟି ଟିମ୍‌ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ।

author-image
Hemant Lenka
Naxal

Naxal

ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ର ସି୬୦ କମାଣ୍ଡୋମାନେ କରିଥିବା ଏନକାଉଣ୍ଟରରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ଜଣେ ଡାଲାମ କମାଣ୍ଡର ମଧ୍ୟ ରହିଛନ୍ତି। ରବିବାର ସନ୍ଧ୍ୟାରେ କେଡମାରାରେ ଥିବା ଗୋଟିଏ ଜଙ୍ଗଲର ଏପରି ଏନକାଉଣ୍ଟର ହୋଇଛି।

Advertisment

ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ ଚଳାଇଥିବା ଆଜି ସୂଚନା ମିଳିଥିଲା। ଏହାପରେ ସି୬୦ର ଦୁଇଟି ଟିମ୍‌ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ। ସୁରକ୍ଷାକର୍ମୀମାନେ ଅପରେସନ କରୁଥିବା ବେଳେ ଗୁଳିମାଡ଼ ହୋଇଥିଲା। ନକ୍ସଲମାନେ ଗୁଳିମାଡ଼ କରିବାରୁ ଏହାର ଜାବବ ମଧ୍ୟ କମାଣ୍ଡୋମାନେ ଦେଇଥିଲେ।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ବେଳେ ବିପୁଳ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

Advertisment

ମୃତ ୩ ନକ୍ସଲ ହେଲେ ପେରିମିଲି ଡାଲାମ କମାଣ୍ଡର ବିଟଲୁ ମାଡାଭି, ପେରିଲିମି ଡାଲାମର ବାସୁ ଓ ଅହେରି ଡାଲାମର ଶ୍ରୀକାନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ନକ୍ସଲ ଲୁଚି ରହିଛନ୍ତି। ସେମାନଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।

Naxal Maharashtra