Advertisment

ଦଳିତ ଯୁବକଙ୍କୁ ୪ ଘଣ୍ଟା ବାନ୍ଧି ପିଟିଲେ, ପାଣି ମାଗିବାରୁ ପରିସ୍ରା କଲେ

ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।

author-image
Madhupriya Mistry
Dalit man beaten up

Dalit man beaten up

ବର୍ବରତା। ମଣିଷ ଭୁଲିଗଲା ମଣିଷ ପଣିଆ। ଟପିଗଲା ସବୁ ସୀମା। ଜଣେ ଦଳିତ ଯୁବକଙ୍କୁ ୪ ଘଣ୍ଟା ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ୬ ଜଣ ଯୁବକ। କେବଳ ସେତିକି ନୁହେଁ ସେ ପାଣି ମାଗିବାରୁ ତା'ଉପରେ ପରିସ୍ରା କରିଛନ୍ତି ଅଭିଯୁକ୍ତ। ଏଭଳି କିଛି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଏନ୍‌ଟିଆର୍‌ ଜିଲ୍ଲାରେ। ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି।

Advertisment

ପୁଲିସ ସୂଚନା ମୁତାବକ, ଦଲିତ ଯୁବକଙ୍କୁ ଚାରି ଘଣ୍ଟା ଧରି ହାତଗୋଡ ବାନ୍ଧି ୬ ଜଣ ଅଭିଯୁକ୍ତ ମାଡ ମାରିଥିଲେ। ଯେତେବେଳେ ଦଳିତ ଯୁବକ ଜଣକ ପାଣି ମାଗିଥିଲେ ସେତେବେଳେ ଅଭିଯୁକ୍ତମାନେ ତାଙ୍କ ଉପରେ ପରିସ୍ରା କରିଥିଲେ। ଏହା ଜଣାପଡିବା ପରେ ଉକ୍ତ ୬ ଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ୱାନା ଜାରି କରି ସେମାନଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ଅନୁସୂଚିତ ଜାତି (ଏସସି) ସେଲ ଏହାକୁ ବିରୋଧ କରି ରାସ୍ତା ଉପରକୁ ଓହ୍ଲାଇଛନ୍ତି। ଏଥିସହ ନ୍ୟାୟ ଦାବି କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି।

Advertisment

ଟିଡିପି ଏସସି ସେଲ ସଭାପତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଶାସନରେ ଦଳିତଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଦଳିତଙ୍କ ଉପରେ ଆକ୍ରମଣ ଜାରି ରହିଛି। ଶ୍ୟାମ କୁମାର ନାମକ ଜଣେ ଯୁବକଙ୍କୁ ଶାସକ ଦଳ ଆକ୍ରମଣ କରିଥିଲା। ଦଳର ଅନୁଗାମୀମାନଙ୍କୁ ପୁଲିସ ଷ୍ଟେସନରୁ ଜାମିନ ମିଳିଥିଲା। ସେମାନେ ଦଲିତ ଯୁବକଙ୍କ ଉପରେ ଅତି ନିର୍ମମ ଭାବେ ଆକ୍ରମଣ କରିବା ପରେ ମଧ୍ୟ ବାହାରେ ବୁଲୁଛନ୍ତି। ଆକ୍ରମଣରେ ଉକ୍ତ ଦଳିତ ଯୁବକ ଶ୍ୟାମ କୁମାରଙ୍କ ମୁହଁର ହାଡ ଭାଙ୍ଗି ଯାଇଛି। ଡାକ୍ତରଙ୍କ କହିବା ମୁତାବକ ତାଙ୍କର ଅପରେସନ୍‌ କରିବାକୁ ପଡିବ। ଏଥିପାଇଁ ତିନି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି।

Andhra Pradesh Dalit Man