Advertisment

ପ୍ରେମ ପାଇଁ ମହାଭାରତ! ଦଳିତ ଯୁବକଙ୍କୁ ମାଡ଼ ମାରିଲେ, ଉପରେ ପରିସ୍ରା କଲେ

୯ ଜଣ ମିଳିତ ଭାବେ ଜଣଙ୍କୁ ମାଡ଼ ମାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକଙ୍କ ଉପରେ ପରିସ୍ରା ମଧ୍ୟ କରିଛନ୍ତି।

Dalit

Dalit

Advertisment

ପ୍ରେମ ପାଇଁ ଘଟିଛି ବଡ଼ ଅଘଟଣ। ଗୋଟିଏ ଝିଅକୁ ଦୁଇ ବନ୍ଧୁ ଭଲ ଭାବେ ସାଂଘାତିକ ସୃଷ୍ଟି କରିଛି। ଶେଷରେ ଜଣେ ଯୁବକ ଆଉ କିଛି ଜଣଙ୍କ ସହ ମିଶି ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିଛନ୍ତି।

Advertisment

୯ ଜଣ ମିଳିତ ଭାବେ ଜଣଙ୍କୁ ମାଡ଼ ମାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକଙ୍କ ଉପରେ ପରିସ୍ରା ମଧ୍ୟ କରିଛନ୍ତି। ଏପରି ଘଟଣା ଆନ୍ଧ୍ର ପ୍ରଦେଶର ଓପଗୋଲେରେ ଘଟିଛି। ସେହିପରି ନିର୍ଯାତନାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଜଣେ ଦଳିତ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ପୁଲିସ୍‌ର କହିବା କଥା ଯେ ପୀଡ଼ିତ ଜଣଙ୍କ ହେଲେ ମୋଟା ନବୀନ। ସେ ଗୋଟିଏ ଅନୁସୂଚିତ ଜନଜାତି ସଂପ୍ରଦାୟର ଯୁବକ। ନବୀନଙ୍କୁ ୯ ଜଣ ଯୁବକ ମାଡ଼ ମାରିଥିଲେ ଓ ୨ ଜଣ ମଦ ନିଶାରେ ତାଙ୍କ ଉପରେ ପରିସ୍ରା କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲା ମାନ୍ନେ ରାମାନଜାନେଉଲୁ। ଆକ୍ରମଣକାରୀଙ୍କ ମଧ୍ୟରେ ୨ ଜଣ ନାବାଳକ ମଧ୍ୟ ରହିଥିବା ପୁଲିସ୍‌ କହିଛି।

Advertisment

ନବୀନ ଓ ମାନ୍ନେ ପିଲା ବେଳର ସାଙ୍ଗ। ଉଭୟ ମିଳିତ ଭାବେ ଚୋରି ଠାରୁ ଆରମ୍ଭ କରି ବିଭିନ୍ନ କାମ କରନ୍ତି। ସେମାନଙ୍କ ନାଁରେ ଆନ୍ଧ୍ର ଓ ପଡ଼ୋଶୀ ରାଜ୍ୟରେ ୫୦ରୁ ଅଧିକ ମାମଲା ମଧ୍ୟ ରହିଛି।

ଓନଗୋଲେ ଏସ୍‌ପି ମଲିକା ଗର୍ଗ କହିଛନ୍ତି, ନବୀନ ଓ ମାନ୍ନେର ଜଣେ ଆଉ ସାଙ୍ଗ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗୋଟିଏ ଝିଅକୁ ଉଭୟ ଭଲ ପାଇବାରୁ ବିବାଦ ଆରମ୍ଭ ହୋଇଥିଲା। ଏକଥା ମାନ୍ନେ ଜାଣିବା ପରେ ନବୀନଙ୍କୁ ଜୁନ ୧୯ ତାରିଖ ରାତି ୯ଟା ବେଳେ ଗୋଟିଏ ନିଛାଟିଆ ସ୍ଥାନକୁ ଡାକିଥିଲେ।

ବିବାଦର ସାମାଧାନ କରିବା ପୂର୍ବରୁ ସମସ୍ତେ ଏକାଠି ମଦ ପିଇଥିଲେ। ନବୀନ ମଦ ପିଇବା ପରେ ସେଠାରେ ଥିବା ମାନ୍ନେ ଓ ତା’ର ସହଯୋଗୀମାନେ ତାଙ୍କୁ ମାଡ଼ ମାରିଥିଲେ। ସେ ତଳେ ପଡ଼ି ଯିବାରୁ ତାଙ୍କ ଉପରେ ଆକ୍ରମଣକାରୀଙ୍କ ମଧ୍ୟରୁ ୨ ଜଣ ପରିସ୍ରା ମଧ୍ୟ କରିଥିଲେ। ଗ୍ରୁପ୍‌ରେ ଥିବା ଜଣେ ସଦସ୍ୟ ପୂରା ଘଟଣାକୁ ମୋବାଇଲରେ କଏଦ କରିଥିଲା।

ଘଟଣା ପରେ ନବୀନଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେ ଏ ବିଷୟରେ କିଛି ବି କହି ନଥିଲେ। ପୁଲିସ୍‌ ତାଙ୍କ ସହ କଥା ହେବା ପୂର୍ବରୁ ସେ ହସ୍ପିଟାଲରୁ ଚାଲି ଯାଇଥିଲେ। ତେବେ ଘଟଣାର ୫ ଦିନ ପରେ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଏକଥା ଜାଣିପାରିଥିଲେ ବୋଲି ଗର୍ଗ କହିଛନ୍ତି।

ପୁଲିସ ଭିଡିଓକୁ ଆଧାର କରି ଆଇପିସି ଓ ଅନୁସୂଚିତ ଜାତି ଓ ଜନଜାତି ଆଇନ ୧୯୮୯ର ବିଭିନ୍ନ ଦଫାରେ ମାମଲା କରିଛି। ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି ଓ ୨ ନାବାଳକଙ୍କୁ ଅଟକ ରଖାଯାଇଛି। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନ୍ନେ ଫେରାର ରହିଛି।

Andhra Pradesh Dalit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe