Advertisment

କ୍ଷେତରେ ପଶିଗଲା ଛେଳି, ଦଳିତ ବୃଦ୍ଧାଙ୍କୁ ପ୍ରବଳ ପିଟିଲେ ଜମି ମାଲିକ

ବ୍ୟକ୍ତି ଜଣଙ୍କ ବୃଦ୍ଧାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟିବା ସହ ତାଙ୍କୁ ତାଙ୍କର ଜାତିକୁ ନେଇ ଅନେକ ପ୍ରକାରର ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଗାଳି କରିଛନ୍ତି।

author-image
Hemant Lenka
Goat

Goat

ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଏଠାରେ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଜଣେ ବ୍ୟକ୍ତି। ବୃଦ୍ଧାଙ୍କ ଛେଳି ଭୁଲବଶତଃ ଉକ୍ତ ବ୍ୟକ୍ତିଙ୍କ କ୍ଷେତରେ ଚରିବା ପାଇଁ ପଶି ଯାଇଥିଲା। ବାସ୍‌ ଏହି କାରଣ ପାଇଁ ଜମିର ମାଲିକ ଦଳିତ ବୃଦ୍ଧାଙ୍କୁ ଗୋଟିଏ କାଠ ଫାଳିଆରେ ପ୍ରବଳ ପିଟିଛନ୍ତି।

Advertisment

ଏହାର ଭିଡଓ ଭାଇରାଲ ହେବା ପରେ ସମସ୍ତେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବ୍ୟକ୍ତି ଜଣଙ୍କ ବୃଦ୍ଧାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟିବା ସହ ତାଙ୍କୁ ତାଙ୍କର ଜାତିକୁ ନେଇ ଅନେକ ପ୍ରକାରର ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଗାଳି କରିଛନ୍ତି।

ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରିଛି ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।

Advertisment

ତେବେ ଏନେଇ ବୃଦ୍ଧାଙ୍କ ପ୍ରତିକ୍ରିୟା ମିଳିନାହିଁ। ସେହିପରି ଅଭିଯୁକ୍ତ ଜଣଙ୍କ ମଧ୍ୟ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ଏହାକୁ ନେଇ ବିଭିନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। 

Uttar Pradesh Police