Advertisment

ମନ୍ଦିରରେ ପୂଜା ପାଇଁ ଦଳିତ ମହିଳାଙ୍କୁ ବାରଣ ପରେ ପଥରମାଡ଼, ୧୪ ଆହତ

ପୁଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

women stopped from worship

women stopped from worship

Advertisment

ମହାଶିବରାତ୍ରୀ ବେଳେ ଘଟିଲା ଅଘଟଣ। ମନ୍ଦିରରେ ପୂଜା ପାଇଁ ଦଳିତ ମହିଳାଙ୍କୁ କରାଗଲା ବାରଣ। ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଛି। ଏଥିରେ ୧୪ ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲା ସନାବଦ ଘଟିଛି ଏଭଳି ଘଟଣା। 

Advertisment

ପ୍ରକୃତରେ ମହାଶିବରାତ୍ରୀ ଦିନ ସନାବଦ ତହସିଲର କିଛି ଉଚ୍ଚ ଜାତିର ଗୋଷ୍ଠୀ ଜଣେ ଦଳିତ ମହିଳାଙ୍କୁ ମନ୍ଦିରରେ ପୂଜା କରିବାକୁ ମନା କରିଥିଲେ। ଏହାପରେ ଦଳିତ ସମାର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ଉଭୟ ପରସ୍ପର ଉପରେ ପଥର ମାଡ କରିଥିଲେ। ଏଥିରେ ଦୁଇ ଗୋଷ୍ଠୀର ୧୪ ଜଣ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି। ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅନ୍ୟ ଏକ ମାମଲାରେ, ଖାର୍ଗୋନ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା କାସରୱାଡ ପୁଲିସ ଷ୍ଟେସନର କସ୍ରାବାଦ ଗାଁରେ ପ୍ରଭାବଶାଳୀ ମହିଳାମାନେ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ଜାତିଆଣ ଗାଳିଗୁଲଜ ଦେଇଥିବା ବାଲାଇ ସମାଜ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗକାରୀ ମଞ୍ଜୁବାଇ ନିଜ ଅଭିଯୋଗରେ କହିଛନ୍ତି, ମହାଶିବରାତ୍ରୀ ଦିନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ପରେ ସେ ଶିବଙ୍କ ଠାରେ ଜଳ ଅର୍ପଣ କରିବାକୁ ଯାଉଥିଲେ। ସେଠାରେ ଭିଡ଼ ଅଧିକ ଥିଲା। ଜଳ ଚଢ଼ାଇବାକୁ ନେଇ ଟିକେ ଠେଲାପେଲା ହୋଇଥିଲା। ଏହାକୁ ନେଇ ରୀନା ବାଇ ରାଜପୁତ, ସାଣି ବାଇ ରାଜପୁତ, ଭୁରି ପ୍ରଜାପତି, ଲକ୍ଷ୍ମୀ ପ୍ରଜାପତି ତାଙ୍କୁ ଧକ୍କା ମାରିଥିଲେ। ଏଥିସହ ତାଙ୍କ ସହ ମାରପିଟ୍ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। 

Madhya Pradesh MahaShivaratri Dalit Woman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe