ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା। ଏନ୍କାଉଣ୍ଟରରେ ଟଳିଲେ ୯ ନକ୍ସଲ। ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନକ୍ସଲମାନଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ପଶ୍ଚିମ ବସ୍ତର ଡିଭିଜନରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳ ସାଢ଼େ ୧୦ଟାରେ ଖୋଜାଖୋଜି ବେଳେ ପୁଲିସ ଟିମ୍ ସହ ନକ୍ସଲମାନଙ୍କ ମୁହାଁମୁହିଁ ହୋଇଥିଲା। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଛି।
Also Read
ଏହି ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ଯବାନମାନେ ସାହାସର ସହ ନକ୍ସଲଙ୍କ ସହ ମୁକାବିଲା କରୁଛନ୍ତି। ଏହି ଅପରେସନରେ ଜଡିତ ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।
Politics
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା
ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।