Advertisment

ଦନ୍ତେଓ୍ୱାଡ଼ାରେ ଏନ୍‌କାଉଣ୍ଟର, ୯ ନକ୍ସଲ ସଫା

ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଅଦ୍ୟତନ ହୋଇଛି
Naxal Encounter

Naxal Encounter

Advertisment

ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୯ ନକ୍ସଲ। ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନକ୍ସଲମାନଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Advertisment

ପଶ୍ଚିମ ବସ୍ତର ଡିଭିଜନରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳ ସାଢ଼େ ୧୦ଟାରେ ଖୋଜାଖୋଜି ବେଳେ ପୁଲିସ ଟିମ୍‌ ସହ ନକ୍ସଲମାନଙ୍କ ମୁହାଁମୁହିଁ ହୋଇଥିଲା। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଛି।

ଏହି ଗୁଳି ବିନିମୟରେ ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ଯବାନମାନେ ସାହାସର ସହ ନକ୍ସଲଙ୍କ ସହ ମୁକାବିଲା କରୁଛନ୍ତି। ଏହି ଅପରେସନରେ ଜଡିତ ସମସ୍ତ ସୈନିକ ସୁରକ୍ଷିତ ଅଛନ୍ତି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Advertisment
Chhattisgarh Encounter Naxal Dead Dantewada Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe