Advertisment

ହତ୍ୟା ଅଭିଯୁକ୍ତ ଅଭିନେତା ଦର୍ଶନଙ୍କୁ ମିଳିଲା ଜାମିନ

ଅଭିନେତା ଦର୍ଶନ ତୁଗୁଦୀପଙ୍କୁ କର୍ଣ୍ଣାଟକା ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ ଦେଇଛନ୍ତି। ନିଜର ଚିକିତ୍ସା ପାଇଁ ସେ ୬ ସପ୍ତାହର ଜାମିନ ପାଇଛନ୍ତି।

ଅଦ୍ୟତନ ହୋଇଛି
Darshan

Darshan

Advertisment

ନିଜର ଫ୍ୟାନ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ଅଭିନେତା ଦର୍ଶନ ତୁଗୁଦୀପଙ୍କୁ କର୍ଣ୍ଣାଟକା ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ ଦେଇଛନ୍ତି। ନିଜର ଚିକିତ୍ସା ପାଇଁ ସେ ୬ ସପ୍ତାହର ଜାମିନ ପାଇଛନ୍ତି।

Advertisment

ଜେଲରେ ଥିବା ଦର୍ଶନ ସ୍ପାଇନ ଜନିତ ସମସ୍ୟାରେ ପଡ଼ିଛନ୍ତି। ଏହାର ଅପରେସନ ଜରୁରୀ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ। କୋର୍ଟ ସମସ୍ତ ନଥିପତ୍ର ଯାଞ୍ଚ କରିବା ପରେ ଦର୍ଶନ ତୁଗୁଦୀପଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି।

ଜାମିନ ପ୍ରଦାନ କରିବା ବେଳେ ଦର୍ଶନ ନିଜର ପାସପୋର୍ଟ ପୁଲିସ୍‌ ନିକଟରେ ସମର୍ପଣ କରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ବର୍ତ୍ତମାନ ଅଭିନେତା ଦର୍ଶନ କର୍ଣ୍ଣାଟକାର ବଲ୍ଲାରି ଜେଲରେ ରହିଛନ୍ତି।

Advertisment

ତାଙ୍କ ଜାମିନ ଆବେଦନର ଶୁଣାଣି କରି ମଙ୍ଗଳବାର ଜଷ୍ଟିସ ଏସ ବିଶ୍ୱଜିତ ସେଟ୍ଟୀ ମଙ୍ଗଳବାର ରାୟ ସଂରକ୍ଷିତ ରଖିଥିଲେ। ଏହାପୂର୍ବରୁ ଦର୍ଶନଙ୍କ ଓକିଲ ସିଭି ନଗେଶ ଓ ରାଜ୍ୟ ସରକାରଙ୍କ ଓକିଲ ପି ପ୍ରସନ୍ନ କୁମାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟକୁ ବନ୍ଦ ଲଫାପାରେ ଉପସ୍ଥାପନ କରାଯାଇଥିଲା।

ସେହିପରି ଓକିଲ ନଗେଶ ନିଜର ପକ୍ଷ ରଖିବା ବେଳେ ମହୀଶୂରର ଏକ ଘରୋଇ ହସ୍ପିଟାଲରେ ଦର୍ଶନ ନିଜ ଖର୍ଚ୍ଚରେ ଅପରେସନ କରିବେ ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ଜାମିନ ଦେଇଛନ୍ତି।

୩୩ ବର୍ଷୀୟ ଫ୍ୟାନ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ କରାଯାଇଥିବା ହତ୍ୟା ପଛରେ ଅଭିନେତା ଦର୍ଶନଙ୍କ ହାତ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ଜୁନ ୧୧ରେ ଗିରଫ କରାଯାଇଥିଲା। ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ମୃତ ରେଣୁକାସ୍ୱାମୀ ସୋଶାଲ ମିଡିଆରେ ଆପତ୍ତି ଜନକ ମେସେଜ କରିଥିଲେ।

ଏହାର ପ୍ରତିଶୋଧ ନେବାକୁ ଦର୍ଶନ ସୁପାରି ଦେଇ ରେଣୁକାସ୍ୱାମୀଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ୧୯ ଜଣଙ୍କୁ ଗିରଫ କରାଯାଇଛି।

Actor Darshan In Jail Kannada Actor Darshan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe