Advertisment

ଛାତ୍ରଙ୍କୁ ଦାଢ଼ି କାଟିବା ମନା, ଜାରି ହେଲା ଫତୱା

ଛାତ୍ରଙ୍କୁ ଦାଢ଼ି କାଟିବା ମନା, ଜାରି ହେଲା ଫତୱା

ଅଦ୍ୟତନ ହୋଇଛି
Beard

Beard

Advertisment

ଏଣିକି ଆଉ ଦାଢ଼ି କାଟିପାରିବେନି ଛାତ୍ର।  ଯେଉଁ ଛାତ୍ର ଦାଢ଼ି କାଟିବେ ତାଙ୍କୁ ମିଳିବ କଠୋର ଦଣ୍ଡ । ଏଭଳି କିଛି ଫତୱା ଜାରି କରିଛି ଉତ୍ତରପ୍ରଦେଶର ସହାରନପୁରରେ ଜିଲ୍ଲାରେ ଥିବା ଇସଲାମିକ୍ ଶିକ୍ଷା ସଂସ୍ଥା ଦାରୁଲ ଉଲୁମ।

Advertisment

ଦାରୁଲ ଉଲୁମ ଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ମୌଲାନା ହୁସେନ୍ ଅହମ୍ମଦଙ୍କ ଦ୍ୱାରା ଦିଆଯାଇଥିବା ଏକ ଫାତୱାରେ କୁହାଯାଇଛି ଯେ ଅନୁଷ୍ଠାନରେ ପଢ଼ୁଥିବା କୌଣସି ଛାତ୍ର ନିଜ ଦାଢ଼ି କାଟିପାରିବେ ନାହିଁ । ଯଦି କୌଣସି ଛାତ୍ର ଏଥିରେ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ଏହି ଶିକ୍ଷା ସଂସ୍ଥାରୁ ବହିଷ୍କାର କରାଯିବ । କେବଳ ସେତିକି ନୁହେଁ, ଦାଢ଼ି କାଟି ଶିକ୍ଷା ସଂସ୍ଥାରେ ଆଡମିସନ ନେବାକୁ ଆସୁଥିବା ଛାତ୍ରଙ୍କୁ ଆଡମିସନ ମିଳିବ ନାହିଁ । 

ଏହାପୂର୍ବରୁ ଫେବ୍ରୁଆରୀ ୬ ତାରିଖରେ ଦାଢ଼ି କାଟିବାକୁ ନେଇ ୪ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଥିଲା ।  ଗତ ତିନି ବର୍ଷ ପୂର୍ବେ ଦାରୁଲ ଇଫତା ବିଭାଗରେ ପଚରାଯାଇଥିବା ଏକ ପ୍ରଶ୍ନରେ ଉତ୍ତରରେ କୁହାଯାଇଥିଲା ଯେ, ଇସଲାମରେ ଦାଢ଼ି କାଟିବା ହରାମ ସହ ସମାନ । 

Advertisment

ସେପଟେ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ବରିଷ୍ଠ ସଦସ୍ୟ ତଥା ଲକ୍ଷ୍ନୌ ସହରର କାଜି ମୌଲାନା ଖାଲିଦ ରଶିଦ କହିଛନ୍ତି, ରସୁଲ ଅଲ୍‌ହା ମହମ୍ମଦ ସାହବ ଦାଢ଼ି ରଖୁଥିଲେ । ତେଣୁ ଇସଲାମରେ ଦାଢ଼ି ରଖିବା ଶୁଭ ।  

ଯଦି କୌଣସି ବ୍ୟକ୍ତି ଥରେ ଦାଢ଼ି ରଖନ୍ତି ଓ ପରେ ତାକୁ ହଟାଇ ଦିଅନ୍ତି, ତେବେ ତାଙ୍କୁ ଇସଲାମରେ ଦୋଷୀ ବୋଲି କୁହାଯାଏ । ଇସଲାମ ସହ ଦାଢ଼ିର ଏକ ଭିନ୍ନ ମହତ୍ୱ ରହିଛି ବୋଲି ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ବରିଷ୍ଠ ସଦସ୍ୟ କହିଛନ୍ତି ।  

Uttar Pradesh Muslim Cleric
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe