Advertisment

ପ୍ରେସର କୁକରରେ ପିଟି ପିଟି ଶାଶୂଙ୍କ ଜୀବନ ନେଲା ବୋହୂ

ଶାଶୁଙ୍କ ସେବା କରିବାକୁ ଅମଙ୍ଗ ବୋହୂ ପ୍ରେସର କୁକରରେ ପିଟି ପିଟି ନେଇଗଲେ ଶାଶୂଙ୍କ ଜୀବନ ।

author-image
Niharika Rout
old lady

old lady

ନିଜ ବିବାହ ପରଠୁ ଶାଶୂଙ୍କୁ ବରଦାସ୍ତ କରି ପାରୁ ନ ଥିଲେ ବୋହୂ । ଶେଷରେ ବୃଦ୍ଧାବସ୍ଥାରେ ନେଲେ ପ୍ରତିଶୋଧ। ଶାଶୁଙ୍କ ସେବା କରିବାକୁ ଅମଙ୍ଗ ବୋହୂ ପ୍ରେସର କୁକରରେ ପିଟି ପିଟି ନେଇଗଲେ ଶାଶୂଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦକ୍ଷିଣ ଦିଲ୍ଲୀରେ ଘଟିଛି। ଗତ ୨୮ ତାରିଖରେ ଏହି ଘଟଣା ଘଟିଛି। ମୃତା ବୃଦ୍ଧା ହେଲେ ୮୬ ବର୍ଷୀୟା ହଶି ସୋମ । ହଶି ସୋମଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବୋହୂଙ୍କୁ ଗିରଫ କରିଛି।

Advertisment

ଦୀର୍ଘ ଦିନ ଧରି ହଶି ସୋମ କୋଲକତାରେ ଏକୁଟିଆ ରହୁଥିବା ବେଳେ ତାଙ୍କ ପୁଅ ସୁରଜିତ ନିଜ ପତ୍ନୀ ଓ ଝିଅ ସହ ଦିଲ୍ଲୀରେ ରହୁଥିଲେ। ବୟସାଧୀକ ହେତୁ ହଶି ସୋମ ଏକୁଟିଆ ରହିବା ଅସମ୍ଭବ ହେବାରୁ ସୁରଜିତ ତାଙ୍କୁ ଦିଲ୍ଲୀ ନେଇ ଆସିଥିଲେ। ମାତ୍ର ତାଙ୍କ ପତ୍ନୀ ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ଜିଦ୍‌ ଧରିବାରୁ ସେ ନିଜ ଫ୍ଲାଟ ସମ୍ମୁଖ ଏକ ଫ୍ଲାଟକୁ ଭଡ଼ାରେ ନେଇ ସେଠାରେ ନିଜ ମା’ଙ୍କୁ ରଖୁଥିଲେ। ମା’ଙ୍କ ଫ୍ଲାଟରେ ସିସିଟିଭି ଲାଗିଥିବାରୁ ସେ ତାଙ୍କ ଗତିବିଧି ଜାଣି ପାରୁ ଥିଲେ।

ଗତ ୭ ତାରିଖରେ ସୁରଜିତ ପୁଲିସ୍‌କୁ ଫୋନ କରି ନିଜ ମ’ ବେହୋସ ଅବସ୍ଥାରେ ପଡ଼ିଥିବା କହିଥିଲେ। ପୁଲିସ୍‌ ପହଞ୍ଚି ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୁହଁ ତଥା ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ଥିବା ପୁଲିସ୍‌ ଦେଖିବାକୁ ପାଇଥିଲା।

Advertisment

ଏନେଇ ପୁଲିସ୍‌ ସୁରଜିତଙ୍କୁ ପଚରାଉଚରା କରିଥିବା ବେଳେ ସେ ପ୍ରଥମେ କିଛି ଜାଣି ନ ଥିବା କହିଥିଲେ। ଏପରିକି ଘଟଣା ଦିନ ଲାଇନ୍‌ ନ ଥିବାରୁ ସିସିଟିଭି ଫୁଟେଜ କିଛି ନ ଥିବା କହିଥିଲେ। ଏହାପରେ ପୁଲିସ ଖୋଳତାଡ଼ କରି ହଶି ସୋମଙ୍କ ରୁମ୍‌କୁ ସୁରଜିତଙ୍କ ପତ୍ନୀ ଯିବା ଆସିବା କରୁଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲେ।

ସୁରଜିତଙ୍କ ପତ୍ନୀ ପୁଲିସ୍‌ ସମ୍ମୁଖରେ ଦେଇଥିବା ବୟାନ ଅନୁଯାୟୀ, ସେ ନିଜ ଶାଶୂଙ୍କୁ ପସନ୍ଦ କରୁ ନ ଥିଲେ। ଏଥିସହ ତାଙ୍କ ସେବା କରିବାକୁ ପଡ଼ୁଥିବାରୁ ସେ ନିଜ କ୍ରୋଧକୁ ସମ୍ଭାଳି ପାରୁ ନ ଥିଲେ। ଘଟଣା ଦିନ ସେ ପ୍ରେସର କୁକରରେ ଶାଶୂଙ୍କ ମୁଣ୍ଡକୁ ପ୍ରାୟ ୧୫ରୁ ୨୦ ଥର ପିଟି ପିଟି ହତ୍ୟା କରିଥିବା ପୁଲିସ୍‌ ସମ୍ମୁଖରେ କହିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଛି ।

Murder Domestic Violence Family Dispute