Advertisment

ହଷ୍ଟେଲ ରୁମରୁ ମିଳିଲା NIA ଅଧିକାରୀଙ୍କ ଝିଅର ମୃତଦେହ

ଅନିକା ହେଉଛନ୍ତି ଆଇପିଏସ୍‌ ଅଫିସର ସନ୍ତୋଷ ରସ୍ତୋଗିଙ୍କ ଝିଅ। ସନ୍ତୋଷ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଆଇଜି ଭାବେ ଦିଲ୍ଲୀରେ କାମ କରୁଛନ୍ତି।

anika

anika

Advertisment

ହଷ୍ଟେଲ ରୁମରୁ ମିଳିଛି ଜଣେ ୧୯ ବର୍ଷୀୟ ଆଇନ ଛାତ୍ରୀଙ୍କ ମୃତଦେହ। ଉତ୍ତର ପ୍ରଦେଶର ଲକ୍ଷ୍ନୌର ଆଶିୟାନା ଅଞ୍ଚଳରେ ଥିବା ରାମ ମନୋହର ଲୋହିଆ ଜାତୀୟ ଆଇନ ବିଦ୍ୟାଳୟରେ ଛାତ୍ରୀ ଜଣଙ୍କ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ ରୁମର ଚଟଣାରେ ପଡ଼ିଥିବା ବେଳେ ଉଦ୍ଧାର ହୋଇଛି।

Advertisment

୧୯ ବର୍ଷୀୟ ଆଇନ ଛାତ୍ର ଜଣଙ୍କ ହେଲେ ଅନିକା ରସ୍ତୋଗି। ସେ ବିଶ୍ୱବିଦ୍ୟାଳରେ ଏଲଏଲବିର ତୃତୀୟ ବର୍ଷର ଛାତ୍ରୀ। ଅନିକା ହେଉଛନ୍ତି ଆଇପିଏସ୍‌ ଅଫିସର ସନ୍ତୋଷ ରସ୍ତୋଗିଙ୍କ ଝିଅ। ସନ୍ତୋଷ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)ର ଆଇଜି ଭାବେ ଦିଲ୍ଲୀରେ କାମ କରୁଛନ୍ତି।

ଶନିବାର ବିଳମ୍ବିତ ରାତିରେ ଅନିକାଙ୍କୁ ଅଚେତ ଅବସ୍ଥାରେ ହଷ୍ଟେଲ ରୁମରୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଅଙ୍କିତା ଗତକାଲି ରାତିରେ ତରଙ୍କ ରୁମକୁ ଯିବା ପରେ ଆଉ କାହା କଲ ଗ୍ରହଣ କରି ନଥିଲେ କିମ୍ବା କବାଟ ବାଡ଼େଇଲେ ମଧ୍ୟ ଖୋଲି ନଥିଲେ। ସେ କୌଣସି ଉତ୍ତର ଦେଉ ନଥିବାରୁ ତାଙ୍କ ସାଙ୍ଗମାନେ ବ୍ୟସ୍ତ ହୋଇଯାଇଥିଲେ। ଏହାପରେ ସେମାନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ।

ଏହି ସମୟରେ ଅନିକା ରୁମର ଚଟାଣରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ରୁମ ଭିତରୁ ବନ୍ଦ ଥିଲା ଓ ଏହା ଭିତରୁ କୌଣସି ପ୍ରକାରର ସନ୍ଦିଗ୍ଧ ଜିନିଷ ମିଳି ନଥିବା ପୁଲିସ କହିଛି।

ପୁଲିସ୍‌ କହିଛି ଯେ ଅଙ୍କିତାଙ୍କ ପୋଷାକ ଅକ୍ଷତ ରହିଛି ଓ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

NIA Investigation Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe