Advertisment

କାହିଁକି ପାକିସ୍ତାନର ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍‌ କଲେ, କିନ୍ତୁ ୱେବସାଇଟକୁ ଖୋଲା ଛାଡ଼ିଲେ ଭାରତ ସରକାର?

ପହଲଗାମ ଆକ୍ରମଣ ପରେ ପାକିସ୍ତାନର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରେ ଉତ୍ତେଜନା ମୂଳକ ଓ ସାଂପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ ଖବର ପ୍ରସାରଣ କରାଯାଉଥିଲା।

Pakistan

Pakistan

Advertisment

ପହଲଗାମ ଆତଙ୍କବାଦୀ ହମଲାରେ ପାକିସ୍ତାନ ହାତ ଥିବା ଜଣାପଡ଼ିବା ପରେ ଭାରତ ସରକାର ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଇ ଚାଲିଛନ୍ତି। ପ୍ରଥମେ ପାକିସ୍ତାନକୁ କୂଟନୀତିକ ସ୍ତରରେ ଝଟକା ଦେଇଥିବା ଭାରତ ସରକାର ଏବେ ଇସଲାମାବାଦ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ପାକିସ୍ତାନର ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ କରିଛନ୍ତି ସରକାର। ଏହି ୧୬ ଚ୍ୟାନେଲର ମୋଟ ସବସ୍କ୍ରାଇବରଙ୍କ ସଂଖ୍ୟା ୬୩ ମିଲିୟନ ରହିଛି।

Advertisment

ପହଲଗାମ ଆକ୍ରମଣ ପରେ ପାକିସ୍ତାନର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରେ ଉତ୍ତେଜନା ମୂଳକ ଓ ସାଂପ୍ରଦାୟିକତା ଦୃଷ୍ଟିରୁ ସମ୍ବେଦନଶୀଳ ଖବର ପ୍ରସାରଣ କରାଯାଉଥିଲା। ଏଥିଯୋଗୁ ଭାରତରେ ସେଗୁଡ଼ିକୁ ବ୍ୟାନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶକ୍ରମେ ଭାରତ ସରକାର ଏପରି ପଦକ୍ଷେପ ନେଇଛନ୍ତି। ସେହିପରି ବ୍ରିଟେନର ନ୍ୟୁଜ ଚ୍ୟାନେଲ ବିବିସିକୁ ମଧ୍ୟ ଭାରତ ସରକାର କଡ଼ା ଚେତାବନୀ ଦେଇଛନ୍ତି।

ARYଏଆରୱାଇ

ପହଲଗାମ ଆତଙ୍କବାଦୀ ହମଲାକୁ ନେଇ ବିସିସି ଖବର ପ୍ରସାରଣ କରିବା ବେଳେ ସମ୍ବେଦନଶୀଳ ରହିବା ଦରକାର। ବିବିସି ଆତଙ୍କବାଦୀ ବଦଳରେ ମିଲିଟାଣ୍ଟ ବା ଉଗ୍ରବାଦୀ ଶବ୍ଦର ବ୍ୟବହାର କରୁଥିବାରୁ ଭାରତ ସରକାର ଏହାର ଭାରତ ମୁଖ୍ୟଙ୍କୁ ଚିଠି ଲେଖି ସତର୍କ କରାଯାଇଛନ୍ତି।

Advertisment

ବିବିସିକୁ କେବଳ ଚେତାବନୀ ଦେଇଥିବା ଭାରତ ସରକାର ପାକିସ୍ତାନର ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି ସତ, ହେଲେ ବ୍ୟାନ ହୋଇଥିବା ଚ୍ୟାନେଲଗୁଡ଼ିକ ୱେବସାଇଟ ପୂର୍ବଭଳି ଭାରତରେ ଉପଲବ୍ଧ ରହିଛି। ଏହାକୁ ଭାରତୀୟମାନେ ଖୋଲିବାକୁ ସକ୍ଷମ ହୋଇଛନ୍ତି। ସେଗୁଡ଼ିକରେ ମଧ୍ୟ ୟୁଟ୍ୟୁବ ଭଳି ଭାରତ ବିରୋଧୀ ଖବର ସହ ଉତ୍ତେଜନା ସୃଷ୍ଟି କରିବା ଭଳି ସ୍ତମ୍ଭ ଲେଖାଯାଉଛି। ପାକିସ୍ତାନର ବିଭିନ୍ନ ମନ୍ତ୍ରୀ ଦେଉଥିବା ଭାରତ ବିରୋଧୀ ବୟାନକୁ ପ୍ରମୁଖ ଖବର ଭାବେ ୱେବସାଇଟରେ ସ୍ଥାନ ଦିଆଯାଉଛି। 

ବ୍ୟାନ ହୋଇଥିବା ପାକ୍‌ ଚ୍ୟାନେଲ ଗୁଡ଼ିକ ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୋଧରେ ଉତ୍ତେଜନାପୂର୍ଣ୍ଣ ଓ ମିଥ୍ୟା ସୂଚନା ପ୍ରସାର କରୁଥିଲେ। ଯାହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସରକାର ଏହି ପଦକ୍ଷେପ ନେଇଛନ୍ତି।  ଭାରତ ସରକାର ଯେଉଁ ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକୁ ବ୍ୟାନ କରିଛନ୍ତି, ସେଗୁଡ଼ିକ ହେଲା - ଡନ ନ୍ୟୁଜ, ସାମା ଟିଭି, ଜିଓ ନ୍ୟୁଜ, ଇରଶାଦ୍ ଭଟ୍ଟି, ଅସ୍ମା ଶିରାଜି, ଉମର ଚିମା, ମୁନିବ ଫାରୁକଙ୍କ ଭଳି ବରିଷ୍ଠ ପାକିସ୍ତାନ ସାମ୍ବାଦିକଙ୍କ ଚ୍ୟାନେଲ, ଦ ପାକିସ୍ତାନୀ ରେଫରେନ୍ସ, ସମା ରିପୋର୍ଟସ୍, ଉଜେର୍ କ୍ରିକେଟ, ରାଜନାମ ଭଳି ଚ୍ୟାନେଲ ଗୁଡ଼ିକ ରହିଛି। ପୂର୍ବତନ କ୍ରିକେଟର ସୋଏବ ଅଖତରଙ୍କ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ଭାରତରେ ବ୍ୟାନ କରାଯାଇଛି।

Geoଜିଓ ନ୍ୟୁଜ

ଯଦି କୌଣସି ଭାରତୀୟ ୟୁଟ୍ୟୁବରେ ବ୍ୟାନ ହୋଇଥିବା ପାକିସ୍ତାନ ଚ୍ୟାନେଲଗୁଡ଼ିକ ଖୋଲିବାକୁ ଚେଷ୍ଟା କରୁଛନ୍ତି, ତା’ହେଲେ ଏହା ଖୋଲୁ ନାହିଁ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତରେ ଏହି ଚ୍ୟାନେଲଗୁଡ଼ିକ ଉପଲବ୍ଧ ହେଉ ନଥିବା ୟୁଟ୍ୟୁବରେ ଉଲ୍ଲେଖ ରହିଛି। ଭାରତ ସରକାର ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଅଧିକ ଜାଣିବା ପାଇଁ Google Transparency Report (transparencyreport.google.com)କୁ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଭାରତ ବିରୋଧରେ ଉତ୍ତେଜନାମୂଳକ ବିଷୟବସ୍ତୁ ପ୍ରସାରଣ ଓ ସମାଜରେ ସାଂପ୍ରଦାୟିକ ଘୃଣା ପ୍ରସାର କରିବା ପାଇଁ ଏହି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ଚେଷ୍ଟା କରୁଥିଲେ। ବିଶ୍ୱରେ ଭାରତର ଚିତ୍ର ମଳିନ କରିବାକୁ ସେମାନଙ୍କ ଅପଚେଷ୍ଟା ଲାଗି ଏଭଳି ବ୍ୟାନ ଲଗାଯାଇଛି।

Dawnଡନ୍‌ ନ୍ୟୁଜ

ଏହାପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS) ବୈଠକରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ଏଥିସହ ପାକିସ୍ତାନୀଙ୍କୁ ମିଳିଥିବା ଭିସାକୁ ମଧ୍ୟ ଭାରତ ସରକାର ରଦ୍ଦ କରିଛନ୍ତି।

ଏହାର ଜବାବରେ ପାକିସ୍ତାନ ସରକାର ମଧ୍ୟ ଭାରତ ସହ ସମସ୍ତ ପ୍ରକାରର ଦ୍ୱିପାକ୍ଷିକ ସମ୍ପର୍କକୁ ଚ୍ଛିନ୍ନ କରିଛନ୍ତି। ଏହା ମଧ୍ୟରେ ଶିମଲା ଚୁକ୍ତି ବି ରହିଛି।

Pakistan Terror Attack Youtuber Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe