Advertisment

ଜହ୍ନ ରାଇଜରେ ଭାରତ: ଏହି ମୁହୂର୍ତ୍ତ ଅବିସ୍ମରଣୀୟ କହିଲେ ପ୍ରଧାନମନ୍ତ୍ରୀ

ସେ ମିଶନ ଚନ୍ଦ୍ରକୁ ସଫଳ କରିଥିବା ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମିଶନ ଚନ୍ଦ୍ରର ସଫଳତା କେବଳ ଭାରତର ନୁହେଁ, ଏହା ପୂରା ବିଶ୍ୱ ପାଇଁ ସଫଳତା ଆଣି ଦେଇଥିବା ମୋଦି କହିଛନ୍ତି।

Chandrayaan

Chandrayaan

Advertisment

ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଭାରତ। ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ ସନ୍ଧ୍ୟା ୬.୦୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ଏହି ଐତିହାସିକ ମୁହୂର୍ତ୍ତକୁ ଅବିସ୍ମରଣୀୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହିଛନ୍ତି।

Advertisment

ସେଠାରୁ ସେ ଭିଡିଓ କନଫରେନ୍ସିଂ ଜରିଆରେ ଲ୍ୟାଣ୍ଡିଂର ଲାଇଭ ଚିତ୍ର ଦେଖିଥିଲେ। ବିକ୍ରିମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ମାତ୍ରେ ମୋଦି ତ୍ରିରଙ୍ଗା ଉଡ଼ାଇବା ସହ ତାଳି ମାରି ଇସ୍ରୋ ଓ ଦେଶବାସୀଙ୍କ ଉତ୍ସାହକୁ ବଢ଼ାଇଥିଲେ।

ଇସ୍ରୋ ନିର୍ଦ୍ଦେଶକ ଏସ ସୋମନାଥ ଲ୍ୟାଣ୍ଡିଂ ସଫଳ ହୋଇଥିବା ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଥିଲେ। ଏହାପରେ ମୋଦି ଶୁଭେଚ୍ଛା ଜଣାଇବା ସହ ଏହି କ୍ଷଣ ଅବିସ୍ମରଣୀୟ। ଭାରତ ଏବେ ଜହ୍ନରେ ପହଞ୍ଚି ସାରିଥିବା ସେ କହିଥିଲେ।

Advertisment

ସେ କହିଛନ୍ତି, “ଏହି ମୁହୂର୍ତ୍ତ ଅତ୍ୟନ୍ତ ଅବିସ୍ମରଣୀୟ। ଏହି ମୁହୂର୍ତ୍ତ ନୂଆ ଭାରତର ଜୟଯାତ୍ରା। ଏହି ମୁହୂର୍ତ୍ତ ୧୪୦ କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ। ଅମୃତ କାଳରେ ସଫଳତାର ଅମୃତ ବର୍ଷା। ନୂଆ ଯୁଗର ଉଦୟ ହୋଇଛି। ଆଜି ପ୍ରତିଟି ଭାରତୀୟ ଉତ୍ସବ ମନାଉଛନ୍ତି। ପ୍ରତିଘରେ ଉତ୍ସବ ପାଳନ କରାଯାଉଛି। ମୁଁ ମଧ୍ୟ ଏହି ଗର୍ବ କରିବା ଭଳି ସମୟରେ ମୋ ଦେଶବାସୀଙ୍କ ସହ ଯୋଡ଼ି ହୋଇଛି। ଏହା ନୂଆ ଯୁଗର ଆରମ୍ଭ।”

ସେ ମିଶନ ଚନ୍ଦ୍ରକୁ ସଫଳ କରିଥିବା ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମିଶନ ଚନ୍ଦ୍ରର ସଫଳତା କେବଳ ଭାରତର ନୁହେଁ, ଏହା ପୂରା ବିଶ୍ୱ ପାଇଁ ସଫଳତା ଆଣି ଦେଇଥିବା ମୋଦି କହିଛନ୍ତି।

ସେ କହିଛନ୍ତି, “ପୂର୍ବରୁ ବିଶ୍ୱର କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରରେ ପାଦ ଥାପି ନଥିଲେ। କିନ୍ତୁ ଆମ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଯୋଗୁ ଆମେ ସେଠାରେ ପହଞ୍ଚି ପାରିଛୁ। କେତେବେଳେ କୁହାଯାଉଥିଲା ଚାନ୍ଦା ମାମା ବହୁତ ଦୂରରେ ଅଛନ୍ତି। ଏବେ ଗୋଟିଏ ଦିନ ଆସିବ, ଯେତେବେଳେ ପିଲାମାନେ କହିବେ ଚାନ୍ଦା ମାମା ଗୋଟିଏ ଟୁର(ଗୋଟିଏ ବୁଲିବା ସ୍ଥାନ)।”

ISRO PM Modi Chandrayan Chandrayaan-3
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe