Advertisment

ଦାଉଦ ଇବ୍ରାହିମଙ୍କ ଭାଇ ଘରେ ପଶିଲା ଇଡି, ଜବତ କଲା ଫ୍ଲାଟ୍‌

ଅଣ୍ଡର ୱାର୍ଲଡ ଡନ୍‌ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରଙ୍କ ଘରେ ପଶିଲା ଇଡି। ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କର ଏକ ଫ୍ଲାଟ ଜବତ କରିଛି।

author-image
Niharika Rout
Arrest

Arrest

ଅଣ୍ଡର ୱାର୍ଲଡ ଡନ୍‌ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରଙ୍କ ଘରେ ପଶିଲା ଇଡି। ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କର ଏକ ଫ୍ଲାଟ ଜବତ କରିଛି।

Advertisment

ମନି ଲଣ୍ଡ୍ରିଂ ମାମଲାରେ ଇଡି ଇକବାଲ କାସକର ଓ ତାଙ୍କର କିଛି ସହଯୋଗୀଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏଥିସହ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ୍‌ ପୁଣେସ୍ଥିତ ଇକବାଲ କାସକରଙ୍କ ଫ୍ଲାଟକୁ ସିଜ୍‌ କରିଛି।

୨୦୧୭ ମସିହାରେ ଏନେଇ ଥାନେ ପୁଲିସ୍‌ର ଆଣ୍ଟି ଏକ୍ସଟର୍ସନ ସେଲ୍‌ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ୨୦୨୨ ମସିହାରେ ଇଡି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ଇକବାଲ କାସକର, ତାଙ୍କ ସହଯୋଗୀ ମୁମତାଜ ଶେଖ ଓ ଇସରାର ସଇଦ ବହୁ ବ୍ୟବସାୟୀଙ୍କୁ ଧମକଚମକ ଦେଇ ବହୁ ପ୍ରପର୍ଟି ଓ ଟଙ୍କା ହାସଲ କରିଥିବା ତଦନ୍ତ ବେଳେ ଜଣାପଡ଼ିଲା।

Advertisment

ଏପରିକି ବିଲଡରଙ୍କୁ ଧମକଚମକ ଦେଇ ଉକ୍ତ ଫ୍ଲାଟକୁ ମୁମତାଜଙ୍କ ନାମରେ କରିବାକୁ ଚେତାବନୀ ଦେଇଥିଲେ। ଏହି ଫ୍ଲାଟର ଦାମ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ । ୨୦୨୨ ମସିହାରେ ହିଁ PMLAରେ ଚାର୍ଜସିଟ୍‌ ଦାଖଲ ହୋଇଥିବା ବେଳେ ଏବେ ତାହାକୁ ଜବତ କରିଛି ଇଡି ।

ED Raid Mumbai Dawood Ibrahim