Advertisment

ଆଜି ନିଲାମ ହେବ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତି

କେନ୍ଦ୍ରର ନିର୍ଦ୍ଦେଶ ପରେ ରତ୍ନଗିରିରେ ଥିବା ଦାଉଦର ଚାରିଟି ବେନାମୀ ପ୍ଲଟର ନିଲାମ ହେବ।

author-image
Debibandita Barick
ଅଦ୍ୟତନ ହୋଇଛି
Dawood Ibrahim

Dawood Ibrahim

ଆଜି ମହାରାଷ୍ଟ୍ରର ରତ୍ନଗିରିରେ ନିଲାମ ହେବ ପଳାତକ ମାଫିଆ ଡନ୍ ଦାଉଦ ଇବ୍ରାହିମ କାସକର ପୈତୃକ ସମ୍ପତ୍ତି। କେନ୍ଦ୍ରର ନିର୍ଦ୍ଦେଶ ପରେ ରତ୍ନଗିରିରେ ଥିବା ଦାଉଦର ଚାରିଟି ବେନାମୀ ପ୍ଲଟର ନିଲାମ ହେବ। 

Advertisment

ନିଲାମ ହେବାକୁ ଥିବା ସମ୍ପତ୍ତି ମହାରାଷ୍ଟ୍ର ରତ୍ନଗିରି ଖେଡର ମୁମ୍ବାକେ ଗ୍ରାମରେ ଅବସ୍ଥିତ। ଏହା ଦାଉଦର ଜନ୍ମଭୂମି ବୋଲି କୁହାଯାଉଛି। 1970 ଦଶକରେ ଦାଉଦ ମୁମ୍ବାଇ ଆସିବା ପୂର୍ବରୁ ଏହିଠାରେ ନିଜର ବାଲ୍ୟକାଳ ବିତାଇଥିଲେ। ସରକାର ଜବତ କରିଥିବା ସମ୍ପତ୍ତି 21 ହଜାର 275 ବର୍ଗ ମିଟର ହେବ।

ଏହି ସବୁ ସମ୍ପତ୍ତି ନିଲାମ ହେବା ନେଇ ଗତ ବର୍ଷ ନଭେମ୍ବର 21ରେ ଅର୍ଥ ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରିଥିଲେ, ଯେଉଁଥିଲେ ଉଲ୍ଲେଖ ରହିଥିଲା ଯେ, ଜାନୁଆରୀ 5, 2024ରେ ଦାଉଦ ଇବ୍ରାହିମର ପୈତୃକ ସମ୍ପତ୍ତିର ନିଲାମ କରାଯିବ। ବେନାମୀ ସମ୍ପତ୍ତି କାରବାର ଅଧିନିୟମ ସେମତ ବିଭିନ୍ନ ନିୟମ ଆଧାରରେ ଏହି ସବୁ ସମ୍ପତ୍ତିର ଇ-ନିଲାମ ହେବ।

Advertisment

ସମ୍ପତ୍ତିର ଆନୁମାନିକ ମୂଲ୍ୟ କେତେ?
ସମସ୍ତ ସମ୍ପତ୍ତି ପାଇଁ ସରକାର ସମୁଦାୟ ରିଜର୍ଭ ମୂଲ୍ୟ ପ୍ରାୟ 19 ଲକ୍ଷ ଟଙ୍କା ରଖିଛନ୍ତି। ଏହି ଜମିଗୁଡିକ କୃଷି ଜମି ଭାବରେ ବର୍ଗୀକୃତ ହୋଇଛି।

Dawood Ibrahim Dawood Auction Dawood Land Auction