Advertisment

ନିଲାମ ହେଲା ଦାଉଦର ପ୍ଲଟ: ଦାମ ଥିଲା ୧୫ ହଜାର, ୨ କୋଟିରେ ବିକ୍ରି ହେଲା

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଭାରତରୁ ଫେରାର ହେବା ପରେ ପାକିସ୍ତାନର କରାଚିରେ ରହିଛି। ହେଲେ ଭାରତ ସରକାର ତାକୁ ଏଯାଏ ଧରିବାକୁ ସକ୍ଷମ ହୋଇ ନାହାନ୍ତି।

author-image
Hemant Lenka
Dawood

Dawood

ମୋଷ୍ଟୱାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମର ୪ଟି ସମ୍ପତ୍ତିର ନିଲାମ ଆଜି ଶେଷ ହୋଇଛି। ୨ଟି ଜମିକୁ କେହି କିଣିବା ପାଇଁ ଆଗ୍ରହ ଦେଖାନାହାନ୍ତି। କିନ୍ତୁ ଗୋଟିଏ ଜମି ବେଶ ବଡ଼ ଦାମରେ ନିଲାମ ହୋଇଛି। ଉକ୍ତ ଜମିର ବେସ ପ୍ରାଇସ ୧୫ ହଜାର ଟଙ୍କା ଥିବା ବେଳେ ଜଣେ ବ୍ୟକ୍ତି ଏହାକୁ ୨ କୋଟି ଟଙ୍କାରେ କିଣିଛନ୍ତି।

Advertisment

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଭାରତରୁ ଫେରାର ହେବା ପରେ ପାକିସ୍ତାନର କରାଚିରେ ରହିଛି। ହେଲେ ଭାରତ ସରକାର ତାକୁ ଏଯାଏ ଧରିବାକୁ ସକ୍ଷମ ହୋଇ ନାହାନ୍ତି।

ଆଜି ୨ କୋଟି ଟଙ୍କାରେ ଦାଉଦର ଗୋଟିଏ ପ୍ଲଟ କିଣିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, ଜମିର ସର୍ଭେ ନମ୍ବର ଓ ଏହାକୁ କିଣିବା ପାଇଁ ହୋଇଥିବା ଖର୍ଚ୍ଚ ଗୋଟିଏ ଲକି ନମ୍ବର। ତେଣୁ ସେ ଏହାକୁ କିଣିଛନ୍ତି। ଏଠାରେ ବିକ୍ରେତା ଜଣଙ୍କ ଗୋଟିଏ ସନାତନ ସ୍କୁଲ କରିବେ ବୋଲି କହିଛନ୍ତି।

Advertisment

ନିଲାମରେ ସାମିଲ ହୋଇଥିବା ସମ୍ପତ୍ତି ମହାରାଷ୍ଟ୍ର ରତ୍ନଗିରି ଖେଡର ମୁମ୍ବାକେ ଗାଁରେ ରହିଛି। ଏହା ଦାଉଦର ପୈତୃକ ସମ୍ପତ୍ତି। ୧୯୭୦ରେ ଦାଉଦ ମୁମ୍ବାଇ ଆସିବା ପୂର୍ବରୁ ଏଠାରେ ରହୁଥିଲା। ସେ ଫେରାର ହେବା ପରେ ସରକାର ତା’ ନାଁରେ ଥିବା ୨୧ ହଜାର ୨୭୫ ବର୍ଗ ମିଟର ଜମିକୁ ଜବତ କରିଥିଲେ।

ଏହି ଜମିଗୁଡିକ କୃଷି ଜମି ଭାବରେ ବର୍ଗୀକୃତ ହୋଇଥିଲା। ସମସ୍ତ ସମ୍ପତ୍ତି ପାଇଁ ସରକାର ସମୁଦାୟ ରିଜର୍ଭ ମୂଲ୍ୟ ୧୯.୨୨ ଲକ୍ଷ ଟଙ୍କା ରଖିଥିଲେ। ଏହା ମଧ୍ୟରୁ ଦୁଇଟି ବଡ଼ ଜମିକୁ କେହି କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ୧୭୩୦ ବର୍ଗ ମିଟର ଅଞ୍ଚଳରେ ଥିବା ଗୋଟିଏ ଜମିର ମୂଲ୍ୟ ୧.୫୬ ଲକ୍ଷ ଟଙ୍କା ଥିଲା। ଏହାକୁ ୩.୨୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି।

ସେହିପରି ୧୭୦.୯୮ ବର୍ଗ ମିଟର ଅଞ୍ଚଳରେ ଥିବା ସବୁଠାରୁ ଛୋଟିଆ ଜମିର ରିଜର୍ଭ ମୂଲ୍ୟ ୧୫ ଟଙ୍କା ଥିଲା। ନିଲାମ ବେଳେ ଏହା ୨.୦୧ କୋଟି ଟଙ୍କାରେ ବିକ୍ରି ହୋଇଛି। ଅଜୟ ଶ୍ରୀବାସ୍ତବ ନାମକ ଜଣେ ଓକିଲ ଏହି ଜମିକୁ କିଣିଛନ୍ତି। ପୂର୍ବରୁ ମଧ୍ୟ ଦାଉଦର ଆଉ ୩ଟି ସମ୍ପତ୍ତି ମଧ୍ୟ ସେ କିଣିଥିଲା। ଏହା ମଧ୍ୟରେ ଦାଉଦର ପିଲା ବେଳର ଘର ରହିଥିଲା।

ଅଜୟ ଶ୍ରୀବାସ୍ତବ କହିଛନ୍ତି, “ମୁଁ ଜଣେ ସନାତନୀ ହିନ୍ଦୁ। ଆମେ ଆମର ପଣ୍ଡିତଙ୍କ କଥାକୁ ଅନୁସରଣ କରୁ। ପ୍ଲଟର ସର୍ଭେ ନମ୍ବର ଓ ଏହା ମୂଲ୍ୟ ରାଶି ଅନୁସାରେ ମୋ ସପକ୍ଷରେ ଯାଇଛି। ଏଠାରେ ମୁଁ ଗୋଟିଏ ସନାତନୀ ସ୍କୁଲ ଆରମ୍ଭ କରିବି। ୨୦୨୦ରେ ଦାଉଦ ଇବ୍ରାହିମର ବଙ୍ଗଳା ପାଇଁ ମଧ୍ୟ ମୁଁ ମଧ୍ୟ ନିଲାମ ଡାକିଥିଲି।”

Dawood Ibrahim Dawood Auction Dawood Land Auction