Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପର ଦିନ ହସ୍ପିଟାଲରେ ମରାମତି ନିର୍ଦ୍ଦେଶ ଦେଇଥିଲେ ସନ୍ଦୀପ ଘୋଷ

ସନ୍ଦୀପ ଘୋଷ ପୂର୍ତ୍ତ ବିଭାଗକୁ ଚିଠି ଲେଖି ହସ୍ପିଟାଲର ମରାମତି, ନବୀକରଣ ଏବଂ ପୁନଃନିର୍ମାଣ କରିବାକୁ କହିଥିଲେ।

Sandip Ghosh

Sandip Ghosh

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଦିନକ ପରେ ବିଲ୍ଡିଂର ମରାମତି ସହ ନବୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ। ଏନେଇ ସେ ପୂର୍ତ୍ତ ବିଭାଗକୁ ପୂର୍ବରୁ ଲେଖିଥିବା ଏକ ଚିଠିରୁ ଜଣାପଡିଛି।

Advertisment

ସନ୍ଦୀପ ଘୋଷ ପୂର୍ତ୍ତ ବିଭାଗକୁ ଚିଠି ଲେଖି ଡାକ୍ତରଖାନାର ସମସ୍ତ ବିଭାଗର ଡାକ୍ତରଙ୍କ କଠୋରୀର ମରାମତି, ନବୀକରଣ ଏବଂ ପୁନଃନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ସନ୍ଦୀପ ଘୋଷ ଚିଠିରେ ଲେଖିଥିଲେ, "ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ଆରଜି କର ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତରଙ୍କ କୋଠରୀ ଏବଂ ବ୍ୟକ୍ତିଗତ ଶୌଚାଳୟର ଅଭାବ ରହିଛି। ରେସିଡେଣ୍ଟ ଡାକ୍ତରଙ୍କ ଚାହିଦା ଅନୁଯାୟୀ ତୁରନ୍ତ ଆବଶ୍ୟକ କାର୍ଯ୍ୟ କରିବାକୁ ଅନୁରୋଧ କରୁଛୁ।" 

Advertisment

ପ୍ରକାଶ ଥାଉ କି, ଆରଜିକର ହସ୍ପଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଗୋଟିଏ ଦିନ ପରେ ସନ୍ଦୀପ ଘୋଷ ଏହି ଚିଠି ଲେଖିଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରବଳ ହଟ୍ଟଗୋଳ ହେବାରୁ ସେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପଶ୍ଚିମବଙ୍ଗ ସରକାର ତାଙ୍କୁ କଲିକତା ନ୍ୟାସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ।

ଏହାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ତୀବ୍ର ବିରୋଧ ଏବଂ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର କରାଯାଇଥିଲା। ଏହାପରେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଆର୍ଥିକ ହେରଫେର ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ ସେ ସିବିଆଇ ରିମାଣ୍ଡରେ ଅଛନ୍ତି।  

Sandip Ghosh RG Kar Hospital Doctor Rape Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe