Advertisment

ହରିୟାଣା ହାରିବା ପରେ ପ୍ରକଟ ହେଲେ ରାହୁଲ, କହିଲେ ଏମିତି

ହରିୟାଣା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ହରିୟାଣା ହାରି ଯାଇଛି କଂଗ୍ରେସ। ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠିଛି। ନିର୍ବାଚନ ଫଳାଫଳ ପରଠାରୁ ରାହୁଲ ଗାନ୍ଧି ଗାଏବ ଥିଲେ। ସେ କୌଣସି ବୟାନ ଦେଇନଥିଲେ କି ସୋସିଆଲ ମିଡିଆରେ କିଛି ପୋଷ୍ଟ ମଧ୍ୟ କରିନଥିଲେ। ଏବେ ହରିୟାଣା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ପରେ ସେ ହଠାତ୍‌ ପ୍ରକଟ ହୋଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ଆଜି ନିଜର ନୀରବତା ଭାଙ୍ଗିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହରିୟାଣାର ଫଳାଫଳକୁ ସେ ଅପ୍ରତ୍ୟାଶିତ ବୋଲି ବର୍ଣ୍ଣନା କରିଛନ୍ତି। କାହିଁକି କଂଗ୍ରେସ ହରିୟାଣାରେ ହାରିଲା, ସେ ନେଇ ବିଶ୍ଲେଷଣ ଚାଲିଛ ବୋଲି ସେ କହିଛନ୍ତି। କ୍ଷମତାର ଅପବ୍ୟବହାରର କାହାଣୀକୁ ସେ ଦୋହରାଇଛନ୍ତି। ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ସେ ନିର୍ବାଚନ ଆୟୋଗଙ୍କୁ ଜଣାଇବେ ବୋଲି କହିଛନ୍ତି।

ରାହୁଲ ଗାନ୍ଧି ପ୍ରଥମେ ନିଜ ସୋଶାଲ ମିଡିଆ ପୋଷ୍ଟରେ ଜମ୍ମୁ କଶ୍ମୀର ବିଷୟରେ ଲେଖିଛନ୍ତି, 'ଜମ୍ମୁ କଶ୍ମୀରବାସୀଙ୍କୁ ହୃଦୟରୁ ଧନ୍ୟବାଦ। ରାଜ୍ୟରେ ଇଣ୍ଡି ବ୍ଲକର ବିଜୟ। ଏହା ହେଉଛି ସମ୍ବିଧାନର ବିଜୟ, ଗଣତାନ୍ତ୍ରିକ ଆତ୍ମ ସମ୍ମାନର ବିଜୟ। ଆମେ ହରିୟାଣାର ଅପ୍ରତ୍ୟାଶିତ ଫଳାଫଳକୁ ବିଶ୍ଳେଷଣ କରୁଛୁ। ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସୁଥିବା ଅଭିଯୋଗ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇବୁ।

Advertisment

ହରିୟାଣାର ସମସ୍ତ ଲୋକଙ୍କୁ ସେମାନଙ୍କର ସମର୍ଥନ ପାଇଁ ଏବଂ ଅକ୍ଲାନ୍ତ ପରିଶ୍ରମ ପାଇଁ ଆମର କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ। ଅଧିକାରର, ସାମାଜିକ ଏବଂ ଅର୍ଥନୈତିକ ନ୍ୟାୟ, ସତ୍ୟ ପାଇଁ ଆମେ ଏହି ସଂଗ୍ରାମ ଜାରି ରଖିବୁ ବୋଲି ରାହୁଲ ନିଜ ପୋଷ୍ଟରେ ଉଲ୍ଳେଖ କରିଛନ୍ତି।

ହରିୟାଣା ଭୋଟିଂର ପ୍ରାରମ୍ଭରେ କଂଗ୍ରେସ ଜିତୁଛି ବୋଲି ଜଣାପଡୁଥିଲା। କିନ୍ତୁ ଯେତେବେଳେ ଫଳାଫଳ ଆସିଲା, ଏହାର ପୂରାପୁରି ଓଲଟା ଘଟିଗଲା। କଂଗ୍ରେସ ନିର୍ବାଚନରେ ​​ହାରିଗଲା। କଂଗ୍ରେସ ପରାଜୟର ମୁଖ୍ୟ କାରଣ ହେଉଛି ଦଳ ଭିତରେ କନ୍ଦଳ। ଏଥି ସହିତ, ସିଟ୍ ବଣ୍ଟନରେ ଅନିୟମିତତା ମଧ୍ୟ ଏକ କାରଣ ବୋଲି କୁହାଯାଉଛି। କଂଗ୍ରେସର କାଷ୍ଟ ଫ୍ୟାକ୍ଟର ଗଣନାରେ କରାଯାଇଥିବା ଭୁଲକୁ ମଧ୍ୟ ପରାଜୟର କାରଣ ବୋଲି ବିଶ୍ୱାସ କରାଯାଉଛି।

ହରିୟାଣା ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ୍‌ ମାରିଛି ବିଜେପି। ​​୪୮ ଟି ଆସନ ଜିତି ବିଜେପି କ୍ଷମତା ବଜାୟ ରଖିଛି। ଲଗାତର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ପ୍ରସ୍ତୁତ ଅଛି। ସେପଟେ କଂଗ୍ରେସ ୩୭ ଟି ଆସନ ଜିତିଛି। ଭାରତୀୟ ଜାତୀୟ ଲୋକ ଦଳ (INLD) ଦୁଇଟି ସିଟ୍ ଜିତିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି ସିଟ୍ ଜିତିଛନ୍ତି।

Bjp Congress Rahul Gandhi Haryana Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe