Advertisment

ଜବରଦଖଲ ଉଚ୍ଛେଦ ବେଳେ ମା’ ଝିଅଙ୍କ ଆତ୍ମାହୁତି ଘଟଣା, ୩୯ ଜଣଙ୍କ ନାମରେ ମାମଲା

ଜବରଦଖଲ ଉଚ୍ଛେଦ ଅଭିଯାନକୁ ବିରୋଧ କରି ମାଆ ଝିଅ ଦେହରେ ନିଆଁ ଲଗାଇଥିଲେ।

author-image
Tapas Behera
Kanpur Demolition

Kanpur Demolition

କାନପୁର ଦେହାତରେ ଜବରଦଖଲ ହଟାଇବାକୁ ବୁଲଡୋଜର ଆସିଥିବା ବେଳେ ମା’, ଝିଅ ନିଆଁ ଲଗାଇ ଆତ୍ମାହୁତି ଦେଇଥିଲେ। ଜବରଦଖଲ ଉଚ୍ଛେଦ ଅଭିଯାନକୁ ବିରୋଧ କରି ମାଆଝିଅ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ମୋଟ ୩୯ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ୪ ରାଜସ୍ୱ ଅଧିକାରୀଙ୍କ ସମେତ ୩୯ ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅନ୍ୟ ଅଭିଯୋଗରେ ମାମଲା ରୁଜୁ କରିଛି। ଏସ୍‌ଡିଏମ୍‌ ଜ୍ଞାନେଶ୍ୱର ପ୍ରସାଦଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ପୋଲିସ ଆଇଜି (କାନପୁର ରେଞ୍ଜ୍‌) ପ୍ରଶାନ୍ତ କୁମାର ସୂଚନା ଦେଛନ୍ତି । ବର୍ତ୍ତମାନ ସୁଦ୍ଧା ଲେଖପାଳ ଅଶୋକ ସିଂ ଏବଂ ବୁଲ୍‌ଡୋଜର ଡ୍ରାଇଭର ଦୀପକଙ୍କୁ ଗିରଫ କରାଯାଇଛି। ଏଥିସହିତ ଘର ଭାଙ୍ଗିବା ପାଇଁ ବ୍ୟବହୃତ ବୁଲ୍‌ଡୋଜରକୁ ଜବତ କରାଯାଇଛି।

Advertisment

ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମୃତକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ସେମାନଙ୍କ ଦାବିର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଛନ୍ତି। ଗାଁରେ ଉତ୍ତେଜନା ଲାଗିରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁଯାୟୀ ଗତ ସୋମବାର କାନପୁର ଦେହାତ ଜିଲ୍ଲା ପ୍ରଶାସନ ଜବରଦଖଲ ହଟାଇବାକୁ ପହଞ୍ଚିଥିଲା। ରୁରା ଥାନା କ୍ଷେତ୍ରରେ ଥିବା ଏକ ମଡେଲ ଗାଁରେ କୃଷ୍ଣ ଗୋପାଳଙ୍କ ଘର ଭାଙ୍ଗିବା ବେଳେ ଅଭାବନୀୟ ଘଟଣା ଘଟିଥିଲା। କୃଷ୍ଣଗୋପଳଙ୍କ ବିରୋଧରେ ଜବରଦଖଲର ଅଭିଯୋଗ ହୋଇଥିଲା । ରାଜସ୍ୱ ବିଭାଗ, ପୁଲିସ୍‌ ଓ ପ୍ରଶାସନିକ ଟିମ୍‌ ଜୋରଜବରଦସ୍ତି ହଟାଇବାକୁ ସେଠାରେ ପହଞ୍ଚିଥିଲେ। ଟିମ୍‌ ସେଠାରେ ପହଞ୍ଚିବା ପରେ କୃଷ୍ଣ ଗୋପାଳଙ୍କ ଚାଳିଆ ଉପରେ ବୁଲଡୋଜର ଚଳାଇଥିଲେ। ବୁଲଡୋଜର ଘର ଭାଙ୍ଗିବାକୁ ଯାଉଥିବାରୁ ଗୋପାଳକୃଷ୍ଣଙ୍କ ସ୍ତ୍ରୀ ଓ ଝିଅ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ ।

ଏହି ସମୟରେ ଘର ଭିତରେ କୃଷ୍ଣଗୋପାଳଙ୍କ ପତ୍ନୀ ପ୍ରମିଳା ଦିକ୍ଷିତ ଓ ୨୩ ବର୍ଷୀୟା ଝିଅ ନେହା ଘରେ ନିଆଁ ଲଗାଇ ଦେଇଥିଲେ। ସେମାନେ ବାହାରକୁ ବାହାରି ପାରି ନ ଥିଲେ। ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ବେଳେ ଅଧିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଉପସ୍ଥିତ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

Advertisment