Advertisment

ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମ ବାର୍ଷିକୀ ଉଦଘାଟନ କଲେ ମୋଦି

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ବାର୍ଷିକୀ ବର୍ଷ ବ୍ୟାପୀ ପାଳନ କରାଯିବ।

Narendra Modi

Narendra Modi

Advertisment

ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମ ବାର୍ଷିକୀର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମ ବାର୍ଷିକୀ ବର୍ଷ ବ୍ୟାପୀ ପାଳନ କରାଯିବ। ଏଥିପାଇଁ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ

Advertisment

ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦ୍ ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଅବଦାନକୁମନେ ପକାଇଥିଲେ। ଦୟାନନ୍ଦ ନାରୀ ସଶକ୍ତିକରଣର ସ୍ୱର ପାଲଟିବା ସହ ସାମାଜିକ ଭେଦଭାବ, ଅସ୍ପୃଶ୍ୟତା ଏବଂ ଅନ୍ୟ କୁସଂସ୍କାର ଦୂର କରିବାକୁ ଦୃଢ ଅଭିଯାନ ଚଳାଇଥିବା ମୋଦି କହିଥିଲେ।

କୋଟି କୋଟି ଲୋକଙ୍କ ପାଇଁ ସେ ଆଜି ବି ପଥ ପ୍ରଦର୍ଶକ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ୧୮୨୪ ଫେବୃଆରୀ ୧୨ରେ ଜନ୍ମ ଗ୍ରହଣ କରିଥିବା ମହର୍ଷି ଦୟାନନ୍ଦ ସରସ୍ୱତୀ ଜଣେ ସାମାଜ ସଂସ୍କାରକ ଥିଲେ। ସେ ସାମାଜିକ ଅସମାନତାକୁ ପ୍ରତିହତ କରିବା ପାଇଁ ୧୮୭୫ ମସିହାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ସାମାଜିକ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ଜାଗରଣରେ ଆର୍ଯ୍ୟ ସମାଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe