Advertisment

Death Mystery: ତିନି ଦିନ ଧରି ବନ୍ଦ ଥିଲା ଦୋକାନ, ଫ୍ରିଜରରେ ଥିଲା ମୃତଦେହ

ଭେଜ୍ ବିରିୟାନୀ ଦୋକାନ। ସେଠି ଆମିଷର ଗନ୍ଧ ନାହିଁ। କିନ୍ତୁ ଫ୍ରିଜର ଭିତରୁ ବାହାରିଲା ମଣିଷର ମୃତଦେହ। ଫ୍ରିଜର ଭିତରକୁ କେମିତି ଗଲା ମଣିଷର ମୃତଦେହ? କିଏ, କାହିଁକି ଓ କ’ଣ ପାଇଁ ମାରିଲା? ଏ ମୃତ୍ୟୁ ରହସ୍ୟ ଉପରୁ ଉଠୁନି ପରଦା।

author-image
Sandipta mohanty
Murder Mystery
  • ତିନି ଦିନ ଧରି ବନ୍ଦ ହୋଇ ରହିଥିଲା ଦୋକାନଫ୍ରିଜରରେ ଥିଲା ମୃତଦେହ
  • ଶରୀରରେ ନାହିଁ ଆଘାତ, ଫ୍ରିଜରରେ ପଶିଥିଲା କି ଜୀଅନ୍ତା ମଣିଷ?
  • ଗୋଟିଏ ଚପଲ ରାସ୍ତାରେ, ଅନ୍ୟଟି ଦୋକାନରେ
  • ମୋବାଇଲ୍ ଓ ଆଧାର କାର୍ଡ ଦେଲା ପରିଚୟ
Advertisment

ଭେଜ୍ ବିରିୟାନୀ ଦୋକାନ। ସେଠି ଆମିଷର ଗନ୍ଧ ନାହିଁ। କିନ୍ତୁ ଫ୍ରିଜର ଭିତରୁ ବାହାରିଲା ମଣିଷର ମୃତଦେହ। ଫ୍ରିଜର ଭିତରକୁ କେମିତି ଗଲା ମଣିଷର ମୃତଦେହ? କିଏ, କାହିଁକି ଓ କ’ଣ ପାଇଁ ମାରିଲା? ଏ ମୃତ୍ୟୁ ରହସ୍ୟ ଉପରୁ ଉଠୁନି ପରଦା। ମଦ ନିଶାରେ ବ୍ୟକ୍ତି ଜଣକ ଫ୍ରିଜରେ ପଡ଼ି ପ୍ରାଣ ହରାଇଛନ୍ତି ନା କିଏ ଜାଣି ଜାଣି ତାଙ୍କୁ ମାରି ଫ୍ରିଜ୍ ଭିତରେ ପୂରାଇଥିଲା, ତାହା ସ୍ପଷ୍ଟ ହୋଇପାରିନି। 

ଏ ଜଘନ୍ୟ ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର। ଗତ ଶନିବାର ଅପରାହ୍ଣରୁ ୩୮ ବର୍ଷୀୟ ବିଜୟ ପାଲ ନାମକ ଏହି ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। ଆଉ ରବିବାର ସକାଳେ ଏକ ନିରାମିଷ ବିରିୟାନୀ ଦୋକାନର ଡିପ୍ ଫ୍ରିଜର ଭିତରୁ ତାଙ୍କ ମୃତଦେହ ମିଳିଥିଲା।

Advertisment

ପୁଲିସର ସୂଚନା ଆନୁଯାୟୀ, ଯେଉଁ ଦୋକାନରୁ ମୃତଦେହଟି ମିଳିଥିଲା, ତାହା ଟିଣକାନ୍ଥ ଘେରା ଏକ ଅସ୍ଥାୟୀ ଦୋକାନ। ଦୋକାନ ମାଲିକକୁ ପଚରାଉଚରା ପରେ ସେ ପୁଲିସକୁ କହିଛନ୍ତି ଯେ, ତିନି ଦିନ ଧରି ଦୋକାନ ବନ୍ଦ ଥିଲାଯେଉଁ ଫ୍ରିଜରରୁ ମୃତଦେହଟି ମିଳିଛି, ତାହା ମଧ୍ୟ ବହୁଦିନ ଧରି ଖରାପ ହୋଇ ପଡ଼ି ରହିଥିଲା।

ଘଟଣାସ୍ଥଳରୁ ମିଳିଥିବା ମୋବାଇଲ୍ ଫୋନ୍ ଓ ଆଧାର କାର୍ଡ ଆଧାରରେ ପୁଲିସ ଏହି ବ୍ୟକ୍ତିଙ୍କୁ ବିଜୟ ପାଲ୍ ବୋଲି ଚିହ୍ନଟ କରିଛି। ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନାହିଁମୃତ୍ୟୁର ସଠିକ୍ କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଜଣାପଡ଼ିବତେବେ ମୃତ ବିଜୟ ପାଲଙ୍କର ଗୋଟିଏ ଚପଲ ଦୋକାନ ବାହାରେ ପଡ଼ିଥିବା ବେଳେ ଆଉ ଗୋଟିଏ ପଡ଼ିଥିଲା ଦୋକାନ ଭିତରେ। ଏହାର ଉତ୍ତର ଖୋଜୁଛି ପୁଲିସ। ପୁଲିସ ଘଟଣାର ତଦନ୍ତ କରୁଛି।